ଓଡିଶା

odisha

ETV Bharat / bharat

ରାହୁଲ ଗାନ୍ଧୀଙ୍କୁ DUର ନୋଟିସ, ବିନା ଅନୁମତିରେ କ୍ୟାମ୍ପସରେ ପ୍ରବେଶ ନକରିବାକୁ ଓ୍ବାର୍ଣ୍ଣିଂ

ବିନା ନୋଟିସ ଦେଇ ଦିଲ୍ଲୀ ୟୁନିଭରସିଟିର ହଷ୍ଟେଲରେ ପ୍ରବେଶ କରିବା ରାହୁଲ ଗାନ୍ଧୀଙ୍କ ପାଇଁ ପଡିଲା ମହଙ୍ଗା । ରାହୁଲଙ୍କୁ ନୋଟିସ ଜାରି କରିଲେ ପିଜି ହଷ୍ଟେଲ ଅଧ୍ୟକ୍ଷ । ଭବିଷ୍ୟତରେ ଏଭଳି ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ

By

Published : May 11, 2023, 4:15 PM IST

ରାହୁଲ ଗାନ୍ଧୀଙ୍କୁ DUର ନୋଟିସ
ରାହୁଲ ଗାନ୍ଧୀଙ୍କୁ DUର ନୋଟିସ

ନୂଆଦିଲ୍ଲୀ:ଦିନକୁ ଦିନ ଅଡୁଆରେ ଛନ୍ଦି ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀ ୟୁନିଭରସିଟି ପକ୍ଷରୁ ରାହୁଲଙ୍କୁ ପଠାଯାଇଛି ନୋଟିସ । ଗତକାଲି(୧୦ ମେ)ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପିଜି ପୁରୁଷ ହଷ୍ଟେଲର ମୁଖ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି । କୌଣସି ସୂଚନା ନଦେଇ କିଭଳି କ୍ୟାମ୍ପସରେ ପ୍ରବେଶ କରିଲେ ସେନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

ସୂଚନାଅନୁସାରେ, ଗତ ମେ ୫ ତାରିଖ ଦିନ ବିନା କୌଣସି ସୂଚନାରେ ହଠାତ ଦିଲ୍ଲୀ ୟୁନିଭରସିଟିର ପୁରୁଷ ହଷ୍ଟେଲକୁ ପରିଦର୍ଶନରେ ଯାଇଥିଲେ । ଛାତ୍ରମାନଙ୍କ ସହ କଥା ହେବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ଏନେଇ ହଷ୍ଟେଲ ମୁଖ୍ୟ କହିଛନ୍ତି ଯେ, ଏଭଳି ଅନଧିକୃତ ପରିଦର୍ଶନ କାରଣରୁ ଛାତ୍ରଙ୍କ ଜୀବନ ବିପଦରେ ପଡିପାରେ । ଦିଲ୍ଲୀ ୟୁନିଭରସିଟି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କିହାଯାଇଛି, "ଜେଡ ପ୍ଲସ ସୁରକ୍ଷା ପାଇଥିବା ଜାତୀୟ ଦଳର ନେତା ରାହୁଲ ଗାନ୍ଧୀଙ୍କ ଏଭଳି ଆଚରଣ ଗାରିମାକୁ କ୍ଷୁର୍ଣ୍ଣ କରୁଛି ।"

ହଷ୍ଟେଲ ମୁଖ୍ୟ କେପି ସିଂଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ୨ ପୃଷ୍ଠା ସମ୍ବଳିତ ନୋଟିସରେ କୁହାଯାଇଛି, " ଏଭଳି ବିନା ଅନୁମତିରେ ଆଗମନ ଦାୟିତ୍ବହୀନ ଆଚରଣ ସହ ସମାନ ଅଟେ ।" ଭବଷ୍ୟତରେ ଏଭଳି କୌଣସି ପ୍ରକାର ଆଚରଣ ନକରିବା ପାଇଁ ପରାମର୍ଶ ଦିଆାଇଛି । ଏହାସହ ହଷ୍ଟେଲ ପରିଚାଳନା କମିଟି ଅଧ୍ୟକ୍ଷ ସମେତ ଅନ୍ୟ ସଦସ୍ୟମାନେ ଏହି ଘଟଣାକୁ ନିନ୍ଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Doctor Murder in Kerala: ପୋଲିସ କଷ୍ଟଡିରେ ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ ରୋଗୀ

ଜାରି କରାଯାଇଥିବା ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି, "ତିନୋଟି ଗାଡିରେ ରାହୁଲ ଗାନ୍ଧୀଙ୍କ ଅପ୍ରତ୍ୟାଶିତ ପ୍ରବେଶ ହଷ୍ଟେଲ ନିୟମକୁ ଉଲ୍ଲଂଘନ କରୁଛି । ହଷ୍ଟେଲର ୧୫.୧୩ ନିୟମ ଅନୁସାରେ ରାହୁଲ ଗାନ୍ଧୀଙ୍କୁ ଏହି ନୋଟିସ ଜାରି କରାଯାଇଛି । ଏହି ନିୟମ ଅନୁସାରେ ଶିକ୍ଷାଗତ ବା ପରାମର୍ଶ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟ ପାଇଁ କେହି ମଧ୍ୟ ହଷ୍ଟେଲରେ ପ୍ରବେଶ କରିପାରିବା ନାହିଁ ।"

ଏହା ଥିଲା ଘଟଣା:ମାର୍ଚ୍ଚ ୫ ତାରିଖରେ ରାହୁଲ ଗାନ୍ଧୀ ମଧ୍ୟାହ୍ନ ସମୟରେ ହଠାତ ପୁରୁଷ ହଷ୍ଟେଲରେ ପ୍ରବେଶ କରିଥିଲେ । ଏହାପରେ ଛାତ୍ରଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ । ୨ଟା ୨ ମିନିଟ ସମୟରେ ହଷ୍ଟେଲକୁ ଆସିଥିବା ବେଳେ ପ୍ରାୟ ୧ ଘଣ୍ଟା ସମୟ ବିତାଇଥିଲେ । ଏହାସହ ସେ ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ କ୍ୟାରିୟର ପ୍ଲାନିଂ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ।

ABOUT THE AUTHOR

...view details