ଓଡିଶା

odisha

UNNAO RAPE CASE, ପୀଡିତାଙ୍କ ସୁରକ୍ଷା ଅଧିକାରୀଙ୍କୁ କୋର୍ଟଙ୍କ ରିପୋର୍ଟ ତଲବ

By

Published : Aug 2, 2021, 2:41 PM IST

ଉନ୍ନାଓ ଦୁଷ୍କର୍ମ ମାମଲା । ପୀଡିତାଙ୍କ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ତଲବ କଲେ ଦିଲ୍ଲୀର ତିସ ହଜାରୀ କୋର୍ଟ । ଅଧିକ ପଢନ୍ତୁ...

UNNAO RAPE CASE, ପୀଡିତାଙ୍କୁ ସୁରକ୍ଷା ଅଧିକାରୀଙ୍କୁ କୋର୍ଟଙ୍କ ରିପୋର୍ଟ ତଲବ
UNNAO RAPE CASE, ପୀଡିତାଙ୍କୁ ସୁରକ୍ଷା ଅଧିକାରୀଙ୍କୁ କୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ:ଉନ୍ନାଓ ଦୁଷ୍କର୍ମ ମାମଲା । ପୀଡିତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଉପରେ ନିର୍ଯାତନା ଅଭିଯୋଗର ଶୁଣାଣି ବେଳେ ରିପୋର୍ଟ ତଲବ କରିଛନ୍ତି ଦିଲ୍ଲୀ ତିସ ହଜାରୀ କୋର୍ଟ । ଜିଲ୍ଲା ଓ ସେସନ ବିଚାରପତି ଧର୍ମେଶ ଶର୍ମା ସିବିଆଇ ତଦନ୍ତକାରୀ ଟିମକୁ କମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ ଦାଖଲ କରବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ପୀଡିତା ଅଭିଯୋଗ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ତାଙ୍କୁ ସୁରକ୍ଷା ଯୋଗାଯାଇଛି । ସୁରକ୍ଷା ଅଧିକାରୀ ତାଙ୍କ ଯିବା ଆସିବାକୁ ରୋକୁଛନ୍ତି । ଏହା ତାଙ୍କ ଅଧିକାରରେ ବାଧକ ସାଜିଛି । ଫଳରେ ସେ ତାଙ୍କ ମାମଲାକୁ ଠିକ ଭାବେ ଲଢିପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ଏହାର ଶୁଣାଣି ସମୟରେ ସୁରକ୍ଷା ଅଧିକାରୀଙ୍କୁ ତିସ ହଜାରୀ କୋର୍ଟ ରିପୋର୍ଟ ତଲବ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୂଚନା ଥାଉ କି ୨୦୧୯ ଡିସେମ୍ବର ୨୦ ମସିହାରେ ଏହି ଘଟଣାରେ ତିସ ହଜାରୀ କୋର୍ଟ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ ଜେଲ ଦଣ୍ଡର ଶୁଣାଣି କରିଥିଲେ । ଏହାସହିତ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ଜୋରିମାନାରେ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା ଦେବାର ନିର୍ଦ୍ଦେଶ ରହିଥିଲା । ତେବେ ତିସ ହଜାରୀ କୋର୍ଟଙ୍କ ଏହି ଶୁଣାଣି ବିରୋଧରେ କୁଲଦୀପ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details