ଓଡିଶା

odisha

ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା 25% ହ୍ରାସ: NCRB

By

Published : Sep 16, 2021, 2:56 PM IST

କୋଭିଡ ଏବଂ ଲକଡାଉନ୍ ପରେ 2020 ରେ ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା 25% ହ୍ରାସ ପାଇଛି । ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB) ସୂଚନା ଦେଇଛି। ଅଧିକ ପଢନ୍ତୁ...

ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା 25% ହ୍ରାସ: NCRB
ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା 25% ହ୍ରାସ: NCRB

ନୂଆଦିଲ୍ଲୀ: ମହିଳାମାନଙ୍କ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀରେ କମୁଛି ଅପରାଧିକ ମାମଲା । କୋଭିଡ ଏବଂ ଲକଡାଉନ୍ ପରେ 2020ରେ ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା 25% ହ୍ରାସ ପାଇଛି । ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (NCRB) ସୂଚନା ଦେଇଛି।

ବ୍ୟୁରୋ ରିପୋର୍ଟ ଅନୁଯାୟୀ, 2020ରେ ସହରରେ ମହିଳାଙ୍କ ବିରୋଧରେ 10,093 ଅପରାଧିକ ମାମଲା ରୁଜ୍ଜୁ ହୋଇଥିବାବେଳେ ଗତବର୍ଷ ଅର୍ଥାତ୍ 2019ରେ 13,395 ଟି ମାମଲା ରୁଜୁ ହୋଇଥିଲା । ଅର୍ଥାତ୍ 2019 ତୁଳନାରେ 2020 ରେ ମହିଳାଙ୍କ ବିରୋଧରେ 24.65 ପ୍ରତିଶତ କମ ଅପରାଧ ହୋଇଛି।

ବ୍ୟୁରୋ ତଥ୍ୟ ଅନୁଯାୟୀ, 2020 ରେ ମହିଳାଙ୍କୁ ନିର୍ଯାତନା କ୍ଷେତ୍ରରେ 1840ଟି ମାମଲା, 2938ଟି ଅପହରଣ ମାମଲା, ନଅଟି ଦୁଷ୍କର୍ମ ଉଦ୍ୟମ ଏବଂ ଗୋଟିଏ ଦୁଷ୍କର୍ମ ପରେ ହତ୍ୟା କିମ୍ବା ଗଣଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଥିଲା । ଏପଟେ ‘ମହିଳାଙ୍କ ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମିକତା’ ବୋଲି ଦିଲ୍ଲୀ ପୋଲିସ ସବୁବେଳେ କହିଆସୁଛି ।

@PTI

ABOUT THE AUTHOR

...view details