ଓଡିଶା

odisha

ETV Bharat / bharat

ଦିଲ୍ଲୀବାସୀଙ୍କୁ ଚେତାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ସଂକ୍ରମଣ ବଢିଲେ ପୁଣି ହେବ ଲକଡାଉନ - କୋଭିଡ

ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଯଦି ଦିଲ୍ଲୀରେ ସଂକ୍ରମଣ ହାର ୫ ପ୍ରିତିଶତକୁ ବୃଦ୍ଧି ପାଏ । ତୃତୀୟ ଲହର ନେଇ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ଅଧିକ ପଢନ୍ତୁ...

ସାବଧାନ ଦିଲ୍ଲୀବାସୀ: ସଂକ୍ରମଣ ବଢିଲେ ଲକଡାଉନ
ସାବଧାନ ଦିଲ୍ଲୀବାସୀ: ସଂକ୍ରମଣ ବଢିଲେ ଲକଡାଉନ

By

Published : Aug 6, 2021, 11:19 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ଯଦି ଦିଲ୍ଲୀରେ ସଂକ୍ରମଣ ହାର ୫ ପ୍ରିତିଶତକୁ ବୃଦ୍ଧି ପାଏ । ତେବେ ଦିଲ୍ଲୀରେ ଲକଡାଉନ ହେବ । ବର୍ତ୍ତମାନ ଦିଲ୍ଲୀରେ କୋଭିଡ ପଜିଟିଭ ହାର 0.08 ପ୍ରତିଶତ ରହିଛି । ତୃତୀୟ ଲହର ନେଇ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସହରରେ 37,000 ରୁ ଅଧିକ ଶଯ୍ୟା କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିଛି । ଗୁରୁବାର ଦିଲ୍ଲୀରେ ୬୧ ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସ୍ୱାସ୍ଥ୍ୟମନ୍ତ୍ରୀ ASSOCHAM ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଯେଉଁଥିରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରସଙ୍ଗ ଥିଲା ଦିଲ୍ଲୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ତୃତୀୟ ଲହର ମୁକାବିଲା କରିବା ପାଇଁ ପ୍ରସ୍ତୁତି । ଏଥିରେ ବହୁ ବରିଷ୍ଠ ଡାକ୍ତର ଯୋଗ ଦେଇଥିଲେ । ଏହି ପ୍ରସଙ୍ଗରେ ବହୁ ଡାକ୍ତର ସେମାନଙ୍କର ମୂଲ୍ୟବାନ ମତାମତ ଦେଇଥିଲେ ।

କୋରୋନା ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀର ପ୍ରସ୍ତୁତି ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରା ଯାଇଥିଲା । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ନିଜ ପ୍ରତିକ୍ରିୟା ରଖି କହିଥିଲେ କି, ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । କୋରୋନା ତୃତୀୟ ଲହର ବିରୋଧରେ ଲଢେଇ ପାଇଁ 37,000ରୁ ଅଧିକ କୋଭିଡ ଶଯ୍ୟା ନିର୍ମାଣ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ବିଭିନ୍ନ ସବସିଡି ଯୋଜନା ବିଷୟରେ ସେ ସୂଚନା ଦେଇଛନ୍ତି । ଯାହା ପ୍ରେସର ସୁଇଙ୍ଗ ଆଡୋରେସନ (PSA) ଅମ୍ଳଜାନ କାରଖାନା ଏବଂ ତରଳ ମେଡିକାଲ ଅମ୍ଳଜାନ (LMO) ସୁବିଧା ନିର୍ମାଣ ପାଇଁ ସୁବିଧା କରାଯାଇଛି । ତୃତୀୟ ଲହର ମୁକାବିଲା ପାଇଁ ଦିଲ୍ଲୀ ସରକାର ସଜାଗ ରହିଛନ୍ତି । ଲୋକେ କୋରୋନା ନିୟମ ନ ମାନିଲେ କିମ୍ବା ସଂକ୍ରମଣ ହାର ୫ ପ୍ରତିଶତକୁ ବୃଦ୍ଧି ହେଲେ ଦିଲ୍ଲୀରେ ତାଲାବନ୍ଦ କରାଯିବ ।

ଦ୍ବିତୀୟ ଲହର ବିଷୟରେ ଉତ୍ତର ଦେବା ବେଳେ ସେ କହିଛନ୍ତି । ଅମ୍ଲଜାନ ଅଭାବ ଓ କ୍ରୟ କରିବା ପାଇଁ ସେହି ସମୟରେ ବହୁ ସମସ୍ୟା ରହିଥିଲା । କିନ୍ତୁ ଏବେ ସେ ସମସ୍ୟା ଦୂର ହୋଇଛି । 50ରୁ ଅଧିକ ଅମ୍ଳଜାନ କାରଖାନା ନିର୍ମାଣ ହୋଇସାରିଛି । ଛତ୍ରପୁର, ସନ୍ଥ ନିରାନକରୀ କଲୋନୀ, ରାମଲିଲା ମଇଦାନରେ ଅସ୍ଥାୟୀ କୋଭିଡ ହସପିଟାଲ ଗୁଡିକରେ ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟରରେ ସଂଖ୍ଯା 1200ରୁ ଅଧିକ ରହିଛି । ଏଥିସହ ଦିଲ୍ଲୀ ସରକାର ଅଧିକ ଡାକ୍ତରୀ, ସ୍ବାସ୍ଥ୍ୟ କର୍ମୀଙ୍କୁ କୋଭିଡ ପରିଚାଳନା ପାଇଁ ମଧ୍ୟ ତାଲିମ ଦେଉଛନ୍ତି।

ଟୀକାକରଣ ଡ୍ରାଇଭରେ ଥିବା ପ୍ରଶ୍ନର ଉତ୍ତର ଦେବାବେଳେ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ପ୍ରତିଦିନ ୩ ରୁ ୪ ଲକ୍ଷ ଡୋଜ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପ୍ରାୟ ଏକ କୋଟି ଡୋଜ ଦିଆସରିଛି ବୋଲି ସେ କହିଛନ୍ତି ।

@ANI

ABOUT THE AUTHOR

...view details