ଓଡିଶା

odisha

ETV Bharat / bharat

ଦିଲ୍ଲୀରୁ ଧରାପଡିଲା ପାକ୍ ଆତଙ୍କୀ, ରଚୁଥିଲା ଷଡଯନ୍ତ୍ର - ଦିଲ୍ଲୀ ସ୍ପେଶାଲ ପୋଲିସ

ପାର୍ବଣ ପାଇଁ ରାଜଧାନୀ ଦିଲ୍ଲୀକୁ ସତର୍କ ସୂଚନା ଦିଆଯାଇଛି । ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚୁଥିବା ଜଣେ ପାକ୍ ଆତଙ୍କୀକୁ କାବୁ କରିଛି ଦିଲ୍ଲୀ ସ୍ପେଶାଲ ପୋଲିସ । ଅଧିକ ପଢନ୍ତୁ....

ରାଜଧାନୀରୁ ଧରାପଡିଲା ପାକ୍ ଆତଙ୍କୀ, ଏକେ ୪୭ ସହ ଗୁଳିଗୋଳା ଜବତ
ରାଜଧାନୀରୁ ଧରାପଡିଲା ପାକ୍ ଆତଙ୍କୀ, ଏକେ ୪୭ ସହ ଗୁଳିଗୋଳା ଜବତ

By

Published : Oct 12, 2021, 12:09 PM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଉପରେ ଏକ ବଡଧରଣର ଆତଙ୍କୀ ଆକ୍ରମଣ ପଣ୍ଡ । ଦିଲ୍ଲୀରୁ ଧରାପଡ଼ିଛି ଜଣେ ପାକିସ୍ତାନ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଲକ୍ଷ୍ମୀ ନଗର ଅଞ୍ଚଳରେ ରହୁଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫକୁ ଗିରଫ କରିଛି । ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଲକ୍ଷ୍ମୀନଗରର ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇଥିଲା । ଏହାପରେ ପୋଲିସ ସେଠାରେ ରେଡ ମାରିଥିଲା । ଏହି ସମୟରେ ପୋଲି ଅଧିକାରୀଙ୍କ ପଞ୍ଝାରେ ପଡିଥିଲା ଅଶରଫ । ତା ପାଖରୁ ଏକେ -୪୭ ରାଇଫଲ, ୬୦ ରାଉଣ୍ଡ ଗୁଳି ସହ ଅତିରକ୍ତ ମାଗାଜିନ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ୨ଟି ଅତ୍ୟାଧୁନିକ ପିସ୍ତଲ ଓ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି ।

ସ୍ପେଶାଲ ସେଲ ତା’ ନାଁରେ ୟୁଏପିଏ, ଆର୍ମସ ଆକ୍ଟ, ବିସ୍ଫୋରକ ଖଚିତ ରଖିବା ଭଳି ଆଇନ ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ମହମ୍ମଦ ଅଶରଫ ପାକିସ୍ତାନର ହୋଇଥିଲେ ହେଁ ଭାରତୀୟ ନାଗରିକ ବୋଲି ଜାଲ ଦସ୍ତାବିଜ ହାସଲ କରିଥିଲା । ସେ ଏକ ବଡଧରଣର ବିସ୍ଫୋରଣ କରିବା ନେଇ ଯୋଜନା କରୁଥିଲା । ଏନେଇ ସେ ଦିଲ୍ଲୀରେ ରହୁଥିଲା । ତେବେ ସେ କେବେ ଠାରୁ ଦିଲ୍ଲୀରେ ରହୁଛି ତା ସହ ଆଉ କେଉଁମାନେ ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details