ଓଡିଶା

odisha

ETV Bharat / bharat

ସଂସଦକୁ ଟ୍ରାକ୍ଟର ଚଲାଇ ଆସିବା ପଡିଲା ମହଙ୍ଗା, ରାହୁଲଙ୍କ ନାଁରେ ମାମଲା ରୁଜୁ - ରାହୁଲ ଟ୍ରାକ୍ଟର ଚଲାଇ ସଂସଦ ଆସିବା

ମୌସୁମୀ ଅଧିବେଶନର ପଞ୍ଚମ ଦିନ ରାହୁଲ ଗାନ୍ଧୀ ସଂସଦ ଟ୍ରାକ୍ଟର ଚଲାଇ ଆସିବାରୁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ସଂସଦକୁ ଟ୍ରାକ୍ଟର ଚଲାଇ ଆସିବା ପଡିଲା ମହଙ୍ଗା
ସଂସଦକୁ ଟ୍ରାକ୍ଟର ଚଲାଇ ଆସିବା ପଡିଲା ମହଙ୍ଗା

By

Published : Jul 28, 2021, 1:44 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପଞ୍ଚମ ଦିନ ରାହୁଲ ଗାନ୍ଧୀ ସଂସଦ ଟ୍ରାକ୍ଟର ଚଲାଇ ଆସିଥିଲେ । ଗୋଟିଏ ପଟେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାହୁଲଙ୍କ ଏଭଳି ଆଭିମୁଖ୍ୟ ସରକାରଙ୍କ ଆଡୁଆରେ ପକାଇଛି । ରାହୁଲଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସୋମବାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିନା ଅନୁମତିରେ ରାହୁଲ ସଂସଦକୁ ଏକ ନମ୍ବର ବିହୀନ ଟ୍ରାକ୍ଟର ଚଲାଇ ଆସିଥିଲେ । ଏନେଇ ପୋଲିସ ଟ୍ରାକ୍ଟରକୁ ଜବତ କରିବା ସହିତ କିଛି ରାଜନେତାଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଟ୍ରାକ୍ଟରଟିକୁ ଗୁପ୍ତ ଭାବରେ ହରିୟାଣାରୁ ଅଣାଯାଇଥିଲା । ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଟ୍ରାକ୍ଟରରେ ଆଇନ ବିରୋଧରେ ବିଭିନ୍ନ ସ୍ଲୋଗାନ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।

କ଼ଡା ସୁରକ୍ଷା ଭିତରେ ରାହୁଲଙ୍କର ଏପରି କାର୍ଯ୍ୟ ନେଇ ତାଙ୍କ ନାଙ୍କ ନାମରେ ମାମଲା ରୁଜୁ ହୋଇଛି । ରାହୁଲ ଗାନ୍ଧୀ ଖୋଦ ଟ୍ରାକ୍ଟର ଚଳାଉଥିବା ବେଳେ, ଟ୍ରାକ୍ଟରରେ ରଣଦୀପ ସୂର୍ଯ୍ୟେୱାଲା, ଦୀପେନ୍ଦ୍ର ହୁଡ୍ଡା ପ୍ରମୁଖ ବସିଥିଲେ । ରାହୁଲଙ୍କର ଏପରି କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସଂସଦରେ ରାହୁଲ ଟ୍ରାକ୍ଟର ଚଲାଇ ପହଞ୍ଚିଗଲେ ଏନେଇ ନା ପୋଲିସକୁ ଖବର ଥିଲା ନା ଅନ୍ୟ ଏଜେନ୍ସିଙ୍କୁ ।

ସୂଚନାଯୋଗ୍ୟ ଯେ ୩ ଟି କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଯନ୍ତର ମନ୍ତରରେ ଏବେ ଦୈନିକ ୨ ଶହ କୃଷକ ଧାରଣା ଦେଉଛନ୍ତି । ଏହା ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ଚାଲିବ । ସେମାନଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ଦଳୀୟ ନେତାଙ୍କୁ ଧରି ସଂସଦ ଆସିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details