ଓଡିଶା

odisha

By

Published : Jun 5, 2021, 9:27 PM IST

ETV Bharat / bharat

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି, 50 % ଯାତ୍ରୀ କ୍ଷମତା ସହ ପୁନଃଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ

ରାଜଧାନୀରେ ଦିଲ୍ଲୀରେ ସଂକ୍ରମଣ କ୍ରମଶଃ ନିୟନ୍ତ୍ରଣ ଆସିଥିବାବେଳେ 50 % ଯାତ୍ରୀ କ୍ଷମତା ସହ ପୁନଃଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ ସେବା । ଅଧିକ ପଢନ୍ତୁ...

ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି , 50 % ଯାତ୍ରୀ କ୍ଷମତା ସହ ପୁନଃଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ
ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି , 50 % ଯାତ୍ରୀ କ୍ଷମତା ସହ ପୁନଃଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ

ନୂଆଦିଲ୍ଲୀ: ରାଜଧାନୀରେ ଦିଲ୍ଲୀରେ ସଂକ୍ରମଣ କ୍ରମଶଃ ନିୟନ୍ତ୍ରଣକୁ ଆସୁଥିବାବେଳେ କୋଭିଡ ଗାଇଡଲାଇନରେ ସାମାନ୍ଯ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେଜ୍ରିଓ୍ବାଲ ସରକାର । 7 ଜୁନରୁ ସାଧାରଣ ଲୋକଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ ଏଥିରେ ପୂର୍ବପେକ୍ଷା ସମ୍ପୂର୍ଣ୍ଣ କ୍ଷମତାରେ ନୁହେଁ ବରଂ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ସେବା ଆରମ୍ଭ ହେବା ନେଇ ନିର୍ଦ୍ଦେଶ ରହିଛି ।

ସରକାରଙ୍କ ନିଷ୍ପତ୍ତି ପରେ ଏହି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ନିଗମ । ଆସନ୍ତା 7 ତାରିଖ (ସୋମବାର) ଠାରୁ ଏହି ସେବା ପୁନଃଆରମ୍ଭ ହେବାକୁ ଯାଉଛି । ତେବେ ଯାତ୍ରା କଲାବେଳେ କୋଭିଡ ପ୍ରୋଟୋକଲ ଯଥା ସାମାଜିକ ଦୂରତା, ଫେସମାସ୍କ ଇତ୍ୟାଦିକୁ ଗୁରୁତ୍ବ ଦିଆଯିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି ।

@ANI

ABOUT THE AUTHOR

...view details