ଓଡିଶା

odisha

ETV Bharat / bharat

G20 ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଲେଖାହେଲା ଭାରତ ବିରୋଧୀ ସ୍ଲୋଗାନ

G20 ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଲେଖାହେଲା 'ଦିଲ୍ଲୀ ବନେଗା ଖଲିସ୍ତାନ' ସ୍ଲୋଗାନ । ଅଧିକ ପଢନ୍ତୁ

ଦିଲ୍ଲୀରେ ଲେଖାହେଲା ଭାରତ ବିରୋଧି ସ୍ଲୋଗାନ
ଦିଲ୍ଲୀରେ ଲେଖାହେଲା ଭାରତ ବିରୋଧି ସ୍ଲୋଗାନ

By ETV Bharat Odisha Team

Published : Aug 27, 2023, 2:59 PM IST

ନୂଆଦିଲ୍ଲୀ:ଆସନ୍ତା ମାସରେ ଜି୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରତିବନ୍ଧିତ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍ ଫର୍‌ ଜଷ୍ଟିସ(SFJ)ର ଉନ୍ମତ୍ତ କାଣ୍ଡ । ରାଜଧାନୀ ଦିଲ୍ଲୀର ମେଟ୍ରୋ ଷ୍ଟେସନ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖିଲେ ଖଲିସ୍ତାନୀ ସମର୍ଥକ । ସହରର ବିଭିନ୍ନ ମେଟ୍ରୋ ଷ୍ଟେସନ କାନ୍ଥରେ 'ଦିଲ୍ଲୀ ବନେଗା ଖଲିସ୍ଥାନ' 'ଖଲିସ୍ତାନ ଜିନ୍ଦାବାଦ' ଭଳି ଦେଶ ବିରୋଧୀ ନାରା ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାସହିତ ପଞ୍ଜାବ ଭାରତର ଅଂଶ ନୁହେଁ ଓ ଦିଲ୍ଲୀ ଭାରତର ଅଂଶ ନୁହେଁ ବୋଲି ମଧ୍ୟ ଲେଖାଯାଇଛି । ଏନେଇ ସୂଚନା ପାଇବା ପରେ ପୋଲିସ ଷ୍ଟେସନ କାନ୍ଥରୁ ଏହି ସ୍ଲୋଗାନ୍‌କୁ ଲିଭାଇ ଦେଇଛି ।

ଖଲିସ୍ତାନୀ ସମର୍ଥକମାନେ ରାଜଧାନୀର ପଞ୍ଜାବୀ ବାଗ, ଶିବାଜୀ ପାର୍କ, ମାଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଓ ମହାରାଜ ସୁରଜମଲ ଷ୍ଟାଡିୟମ ଇତ୍ୟାଦି ୱେଷ୍ଟ୍‌ ଦିଲ୍ଲୀରେ ଥିବା ମେଟ୍ରୋ ଷ୍ଟେସନ ଏହି ସ୍ଲୋଗାନ୍‌ ଲେଖିଥିଲେ । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏମାନେ ସମସ୍ତେ ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର୍ ଜଷ୍ଟିସ(SJF)ର ସଦସ୍ୟ । ନାଙ୍ଗଲୋଇରେ ଥିବା ସରକାରୀ ସର୍ବୋଦୟ ବିଦ୍ୟାଳୟ କାନ୍ଥରେ ମଧ୍ୟ ଭାରତ ବିରୋଧି ନାରା ଲେଖାଯାଇଛି । ଏହି ଘଟଣା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସକ୍ରିୟ ହୋଇଯାଇଛି । ସ୍ପେଶାଲ ସେଲ୍ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ : G-20 Summit : ଦିଲ୍ଲୀରେ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ: ପଶି ପାରିବନି ପ୍ରାଇଭେଟ୍‌ ଗାଡ଼ି, ରହିବ ହେଲ୍ପ ଡେସ୍କର ବ୍ୟବସ୍ଥା

ମେଟ୍ରୋ ଷ୍ଟେସନ୍‌ଗୁଡ଼ିକ କାନ୍ଥରେ ସ୍ଲୋଗାନ୍‌ ଲେଖିଥିବା ଖଲିସ୍ତାନୀ ସମର୍ଥକମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ପୋଲିସ କହିଛି ଯେ, ଶିଖ୍ ଫର ଜଷ୍ଟିସ୍‌ ପକ୍ଷରୁ ଏହାର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁର ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ଦିଲ୍ଲୀ ମେଟ୍ରୋ ଷ୍ଟେସନ କାନ୍ଥରେ ଭାରତ ବିରୋଧୀ ନାରା ଲେଖା ଯାଇଥିବା ଦେଖିବାକୁ ମିଳୁଛି ।

G-20 Summit : ଦିଲ୍ଲୀକୁ ଆସିବେ ଅନ୍ତର୍ଜାତୀୟ ଅତିଥି ଓ ପ୍ରତିନିଧି, ସହାୟତା ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ୱାର୍କଫୋର୍ସ

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୭ରେ ଶିଖ୍ ଫର ଜଷ୍ଟିସର ଆରମ୍ଭ ହୋଇଥିଲା । ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଜାବରେ ଅଲଗା ଖଲିସ୍ତାନ ରାଷ୍ଟ୍ର ଗଠନ କରିବା । ପଞ୍ଜାବ ୟୁନିଭର୍ସିଟିରୁ ଲ' ଡିଗ୍ରୀ ପାଇଥିବା ଗୁରପତୱନ୍ତ ସିଂହ ପନ୍ନୁ SFJର ମୁଖ୍ୟ ଅଟେ ।

ABOUT THE AUTHOR

...view details