ଓଡିଶା

odisha

ETV Bharat / bharat

Delhi Liquor Scam: ଆନ୍ଧ୍ର ଓ ତେଲେଙ୍ଗାନାରୁ ୨ ବ୍ୟବସାୟୀଙ୍କୁ ବାନ୍ଧିଲା ଇଡି - ଫାର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରେଡ୍ଡି ଗିରଫ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁଇଜଣ ବ୍ୟବସାୟୀ । ହାଇଦ୍ରାବାଦର ଅରବିନ୍ଦ ଫାର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରେଡ୍ଡି ଏବଂ ତେଲେଙ୍ଗାନାର ମଦ ବ୍ୟବସାୟୀ ବିନୟ ବାବୁକୁ ଗିରଫ କରିଛି ଇଡି

Delhi Liquor Scam
Delhi Liquor Scam

By

Published : Nov 10, 2022, 11:56 AM IST

ହାଇଦ୍ରାବାଦ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏମାନଙ୍କ ମଧ୍ୟ ଜଣେ ଫାର୍ମା କମ୍ପାନୀର ମୁଖ୍ୟ ରହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଗିରଫ ଦୁଇଜଣ ହେଲେ ହାଇଦ୍ରାବାଦର ଅରବିନ୍ଦ ଫାର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରେଡ୍ଡି(ED arrested Aurobindo Pharma Director Sharath Reddy) ଏବଂ ତେଲେଙ୍ଗାନାର ମଦ ବ୍ୟବସାୟୀ ବିନୟ ବାବୁ (Businessman Vinay Babu)।

ଏହା ମଧ୍ୟ ପଢନ୍ତୁ: President Visit Odisha: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶରତ ଏବଂ ବିନୟ ବାବୁଙ୍କର କୋଟି କୋଟି ଟଙ୍କାର ମଦ ବ୍ୟବସାୟ ରହିଥିବା ନେଇ ଇଡି ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ସେପ୍ଟେମ୍ବର ୨୧,୨୨ ଏବଂ ୨୩ ତରିଖ ଲଗାତାର ୩ଦିନ ଧରି ହାଇଦ୍ରାବାଦର ଅରବିନ୍ଦ ଫାର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରେଡ୍ଡିଙ୍କୁ ଦିଲ୍ଲୀରେ ପଚରାଉଚରା କରିଥିଲା ଇଡି । ଶରତ ଅରବିନ୍ଦ ଗ୍ରୁପର ୧୨ ଟି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ଏହାସହ ଟ୍ରାଇଡେଣ୍ଟ ଲାଇଫ ସାଇନ୍ସ କମ୍ପାନୀର ମଧ୍ୟ ନିର୍ଦ୍ଦେଶକ ଅଟନ୍ତି । ମଦ ଦୁର୍ନୀତି ମାମଲାରେ ସିବିଆଇ ଟ୍ରାଇଡେଣ୍ଟ ଲାଇଫ ସାଇନ୍ସକୁ ଅନ୍ତର୍ଭୁକ୍ତ କରିଥିଲା । ଶରତ ରେଡ୍ଡୀ ଓ ବିନୟ ବାବୁଙ୍କୁ ଇଡି ଜେରା କରିବା ପରେ ଗିରଫ କରିଛି । ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖ ଦିନ ଇଣ୍ଡୋ ସ୍ପିରିଟ କମ୍ପାନୀ ମାଲିକ ସମୀର ମହେନ୍ଦ୍ରୁ ଗିରଫ କରାଯାଇଥିଲା । ଏବଂ ନଭେମ୍ବର ୫ ତାରିଖ ଦିନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବ୍ୟକ୍ତିଗତ ସହୟକ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରାଯାଇଥିଲା ।

ସୂଚନାଅନୁସାରେ, ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ଥିବା ବ୍ୟବସ୍ଥା ଗୁଡିକରେ ସନ୍ଦେହ ହେବାରୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତ ଜୁଲାଇ ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତିକୁ ପ୍ରତ୍ୟାହାର କରିନେଇଥିଲେ । ପୂର୍ବରୁ ଦିଲ୍ଲୀରେ ସରକାରୀ ମଦ ଦୋକାନଗୁଡିକରେ ମଦ ବିକ୍ରି ହେଉଥିଲା । ନୂଆ ଅବକାରୀ ନୀତି ଅଧିନରେ ଘରୋଇ କମ୍ପାନୀ ଓ ଦୋକାନଗୁଡିକୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି, ପୁରୀରେ କଡା ସୁରକ୍ଷା

ଏ ସମ୍ପର୍କରେ ସରକାରଙ୍କ କହିବା କଥା ଥିଲା ଯେ, ଏପରି ହେଲେ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହେବ ଏବଂ ଲୋକ କମ୍ ଦାମରେ ମଦ କ୍ରୟ କରିପାରିବେ । ଦୋକାନରେ ଉଭୟ ଦେଶୀ ଏବଂ ବିଦେଶୀ ବ୍ରାଣ୍ଡ ମଦ ମିଳିବା ସହ ମଦ ମାଫିଆଙ୍କ ଉପରେ ଅଙ୍କୁଶ ଲାଗି ପାରିଥାନ୍ତା । ହେଲେ ପରବର୍ତ୍ତୀ ସମୟରେ ଏହି ଅବକାରୀ ନୀତିରେ ଅନିୟମିତତା ନେଇ ଉପରାଜ୍ୟପାଳ ଅବକାରୀ ବିବାଗର ପୂର୍ବତନ କମିଶନର ଗୋପୀ କୃଷ୍ଣ ଏବଂ ଡେପୁଟି କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଏହି ଘଟଣାର ତଦନ୍ତ ଏବେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି ରହିଛି ।

ABOUT THE AUTHOR

...view details