ଓଡିଶା

odisha

ETV Bharat / bharat

ସାବାଡ ହେବେ ବେପରୁଆ ବାଇକ ଚାଳକ

ଏଣିକି ଯଦି ଆପଣ ଦିଲ୍ଲୀରେ ବାଇକ ଚଲାଉଛନ୍ତି । ତେବେ ସାବଧାନ ହେଇଯାଆନ୍ତୁ । କାରଣ ବାଇକ ହ୍ୟାଣ୍ଡେଲରେ ଥିବା ପଛ ମିରର ଯଦି ଆପଣ ହଟାଇ ଦେଇଛନ୍ତି । ତେବେ ମିରରକୁ ପୁଣି ଲଗାଇଦିଅନ୍ତୁ । ନଚେତ୍ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 ଦିଲ୍ଲୀରେ କଡାକଡି ହେଲା ଟ୍ରାଫିକ ନିୟମ
ଦିଲ୍ଲୀରେ କଡାକଡି ହେଲା ଟ୍ରାଫିକ ନିୟମ

By

Published : Jan 15, 2021, 4:46 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କଡାକଡି ହେଲା ଟ୍ରାଫିକ ନିୟମ । ଏଣିକି ଯଦି ଆପଣ ଦିଲ୍ଲୀରେ ବାଇକ ଚଲାଉଛନ୍ତି ତେବେ ସାବଧାନ ହେଇଯାଆନ୍ତୁ । କାରଣ ବାଇକ ହ୍ୟାଣ୍ଡେଲରେ ଥିବା ପଛ ମିରର ଯଦି ଆପଣ ହଟାଇ ଦେଇଛନ୍ତି ତେବେ ମିରରକୁ ପୁଣି ଲଗାଇଦିଅନ୍ତୁ । ନଚେତ୍ ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସୂଚନା ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ ପୋଲିସର ୱେଷ୍ଟର୍ଣ୍ଣ ରେଞ୍ଜର ପ୍ରଶାନ୍ତ ଗୌତମ ତାଙ୍କ ରେଞ୍ଜର ସମସ୍ତ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଦିଲ୍ଲୀ ଚଳାଚଳ କରୁଥିବା ଦୁଇ ଚକିଆ ଯାନ ମଧ୍ୟରେ ବହୁ ସଂଖ୍ୟକ ଗାଡି ହ୍ୟାଣ୍ଡେଲରେ ପଛ ଦୃଶ୍ୟ ଦେଖାଉଥିବା ମିରର ନାହିଁ। ଏଥିପାଇଁ ଡ୍ରାଇଭରମାନେ ପଛରୁ ଆସୁଥିବା ଗାଡିଗୁଡିକ ଅନୁମାନ କରିବାରେ ସକ୍ଷମ ହେଉନାହାନ୍ତି । ଫଳରେ ବହୁ ଦୁର୍ଘଟଣା ଘଟୁଛି । ଏଣୁ ଏପରି ବାଇକ ଚଳାଚଳ ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ସେ କହିଛନ୍ତି ଯେ କାରର ପଛ ସିଟରେ ବସୁଥିବା ଯାତ୍ରୀମାନଙ୍କୁ ସିଟ ବେଲ୍ଟ ଲଗାଇବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ସମସ୍ତ ଯାତ୍ରୀ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ । ଏଣୁ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ABOUT THE AUTHOR

...view details