ଓଡିଶା

odisha

ETV Bharat / bharat

ଛାଡ଼ପତ୍ର ନେଇଥିବା ପତ୍ନୀଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ଦେବେ ଓମାର ଅବଦୁଲ୍ଲା - ପତ୍ନୀଙ୍କୁ ଭରଣ ପୋଷଣ ଦେବେ ଓମାର ଅବଦୁଲ୍ଲା

ଛାଡପତ୍ର ନେଇଥିବା ପତ୍ନୀଙ୍କୁ ଦେଢଲକ୍ଷ ଟଙ୍କା ଭରଣ ପୋଷଣ ଦେବା ପାଇଁ ଓମାର ଅବଦୁଲ୍ଲାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । 2009 ରେ ହୋଇଥିଲା ଓମାର ଓ ପତ୍ନୀ ପାୟଲଙ୍କ ମଧ୍ୟରେ ବିବାହ ବିଚ୍ଛେଦ । ଅଧିକ ପଢନ୍ତୁ

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଛାଡପତ୍ର ନେଇଥିବା ପତ୍ନୀଙ୍କୁ ଦେଢଲକ୍ଷ ଟଙ୍କା ଭରଣ ପୋଷଣ ଦେବେ ଓମାର ଅବଦୁଲ୍ଲା
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଛାଡପତ୍ର ନେଇଥିବା ପତ୍ନୀଙ୍କୁ ଦେଢଲକ୍ଷ ଟଙ୍କା ଭରଣ ପୋଷଣ ଦେବେ ଓମାର ଅବଦୁଲ୍ଲା

By ETV Bharat Odisha Team

Published : Aug 31, 2023, 9:38 PM IST

ନୂଆଦିଲ୍ଲୀ: ଛାଡପତ୍ର ନେଇଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ଭରଣ ପୋଷଣ ବାବଦକୁ ମାସିକ ଦେଢ ଲକ୍ଷ ଟଙ୍କା ଦେବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଓମାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଭରଣ ପୋଷଣା ରାଶି ମଧ୍ୟରେ ପତ୍ନୀଙ୍କ ସହ ରହୁଥିବା ଓମାରଙ୍କ ଦୁଇ ପୁଅଙ୍କ ପାଠ ପଢା ଖର୍ଚ୍ଚ ବାବଦକୁ 60 ହଜାର ଟଙ୍କା ମଧ୍ୟ ସାମିଲ ଅଛି । ପାୟଲ ଅବଦୁଲ୍ଲାଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନର ଶୁଣାଣି ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦ ଏହି ରାୟ ଦେଇଛନ୍ତି ।

ପାୟଲ ଅବଦୁଲ୍ଲା 2018 ମସିହା ଜୁଲାଇରେ ଟ୍ରାଏଲ କୋର୍ଟଙ୍କ ପ୍ରଦତ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପୂର୍ବରୁ ଏହି ଆବେଦନରେ ଟ୍ରାଏଲ କୋର୍ଟ, ପାୟଲ ଅବଦୁଲ୍ଲାଙ୍କ ଭରଣ ପୋଷଣ ପାଇଁ ପ୍ରତିମାସ 75 ହଜାର ଟଙ୍କା ଓ ତାଙ୍କ ପୁଅଙ୍କ ପାଠପଢା ଖର୍ଚ୍ଚ ପାଇଁ 25 ହାଜର ଟଙ୍କା ପ୍ରଦାନ କରିବା ପାଇଁ ଓମାର ଅବଦୁଲ୍ଲାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଅ ଦୁଇଜଣଙ୍କ ବୟସ 18 ବର୍ଷ ହେବା ଯାଏଁ ପାଠପଢ଼ା ବାବଦକୁ 25 ହଜାର ଟଙ୍କା ଦେବା ପାଇଁ କୋର୍ଟ କହିଥିଲେ । ଏହାକୁ ପର୍ଯ୍ୟାପ୍ତ ନୁହେଁ ଦର୍ଶାଇ ପାୟଲ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ତଳକୋର୍ଟଙ୍କ ରାୟକୁ ଚ୍ଯାଲେଞ୍ଜ କରିଥିଲେ ।

ସୂଚନାଯୋଗ୍ୟ ଯେ, 1994 ମସିହାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କ ସହ ସେନାରେ ମେଜର ଜେନେରାଲ ରାମ ନାଥଙ୍କ ଝିଅ ପାୟଲ ନାଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସେତେବେଳେ ଓମାର ଅବଦୁଲ୍ଲା ଦିଲ୍ଲୀର ଓବେରଇ ହୋଟେଲରେ ମାର୍କେଟିଂ ଏକ୍ସିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ ଓ ପାୟଲ ନାଥ ମଧ୍ୟ ଏଠାରେ ହିଁ କାର୍ଯ୍ୟରତ ଥିଲେ ।

ଏହା ମଧ୍ୟ ପଢନ୍ତୁ :-Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନିରବ ?

ପରେ ଉଭୟଙ୍କ ମଧ୍ୟରେ ବିବାହ କରିଥିଲେ । ପାୟଲ ଓ ଓମାରଙ୍କର ଜାହିର ଏବଂ ଜମିର ନାମକ ଦୁଇ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ବିବାହର 17 ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ଆରମ୍ଭ ହୋଇଥିଲା । 2009ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଏବେ ପାୟଲ ନିଜର ଦୁଇ ପୁଅଙ୍କ ସହ ଦିଲ୍ଲୀରେ ରହୁଛନ୍ତି । ସେ ତାଙ୍କର ଓ ତାଙ୍କ ଦୁଇ ପୁଅଙ୍କ ପାଠପଢ଼ା ବାବଦକୁ ଓମାରଙ୍କଠାରୁ ଭରଣ ପୋଷଣ ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଏବେ ଦେଢ଼ ଲକ୍ଷ ଟଙ୍କା ମାସିକ ଭରଣପୋଷଣ ଦେବା ପାଇଁ ଓମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details