ଓଡିଶା

odisha

ETV Bharat / bharat

ଜୁହିଙ୍କୁ ଝଟକା: ଦିଲ୍ଲୀ ହାଇକୋର୍ଟରେ ଯାଚିକା ଖାରଜ, ଗଣିବେ 20 ଲକ୍ଷ ଜୋରିମାନା

ଜୁହି ଚାୱଲାଙ୍କ ପକ୍ଷରୁ ଦାଏର ଯାଚିକାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ କୋର୍ଟ ଜୁହିଙ୍କ ଉପରେ ଲଗାଇଛନ୍ତି 20 ଲକ୍ଷ ଟଙ୍କାର ଜୋରିମାନା । ଅଧିକ ପଢନ୍ତୁ...

ଜୁହୀଙ୍କୁ ଝଟକା; ଦିଲ୍ଲୀ ହାଇକୋର୍ଟରେ ଯାଚିକା ଖରଜ, ଲାଗିଲା 20 ଲକ୍ଷ ଟଙ୍କା ଜୋରିମାନା
ଜୁହୀଙ୍କୁ ଝଟକା; ଦିଲ୍ଲୀ ହାଇକୋର୍ଟରେ ଯାଚିକା ଖରଜ, ଲାଗିଲା 20 ଲକ୍ଷ ଟଙ୍କା ଜୋରିମାନା

By

Published : Jun 4, 2021, 7:04 PM IST

Updated : Jun 4, 2021, 7:21 PM IST

ନୂଆଦିଲ୍ଲୀ: 5G ନେଟୱାର୍କ ଟେକ୍ନୋଲୋଜି ବିରୋଧରେ ଜୁହି ଚାୱଲାଙ୍କ ପକ୍ଷରୁ ଦାଏର ଯାଚିକାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ କୋର୍ଟ ଜୁହିଙ୍କ ଉପରେ ଲଗାଇଛନ୍ତି 20 ଲକ୍ଷ ଟଙ୍କାର ଜୋରିମାନା ।

କୋର୍ଟ କହିଛନ୍ତି, ଏହି ଯାଚିକା ପବ୍ଲିସିଟି ପାଇଁ ଦାଏର କରାଯାଇଥିଲା । ଆଉ ଏହି କାରଣରୁ ଜୁହି ଚାୱଲା ଶୁଣାଣିର ଲିଙ୍କ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଗତ ଶୁଣାଣି ସମୟରେ ଉଚ୍ଚ ସ୍ବରରେ ଗୀତ ଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଆଧାରରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ।

ଦିଲ୍ଲୀ ହାଇକୋର୍ଟ ଜୁହି ଚାୱଲାଙ୍କ ଯାଚିକାକୁ ଖାରଜ କରି କହିଛନ୍ତି, ଯାଚିକାକର୍ତ୍ତା ଆଇନ ପ୍ରକ୍ରିୟାର ଭୁଲ ବ୍ୟବହାର କରିଛନ୍ତି । ଆଉ ଏହି କାରଣରୁ ତାଙ୍କ ଉପରେ 20 ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି ।

କୋର୍ଟ ନିଜ ଆଦେଶରେ ଦିଲ୍ଲୀ ପୋଲିସକୁ ମଧ୍ୟ କହିଛନ୍ତି, ଶୁଣାଣି ସମୟରେ ବାଧା ଉତ୍ପନ୍ନ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଜୁହିିଙ୍କ ଯାଚିକା ଉପରେ ନିଷ୍ପତ୍ତି ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ତାଙ୍କ ଯାଚିକାରେ କେବଳ କିଛି ଏଭଳି ସୂଚନା ରହିଛି ଯାହା ଠିକ ହେଲେ ବାକି ସବୁକିଛି ସନ୍ଦେହ ଉପୁଜାଉଛି ।

Last Updated : Jun 4, 2021, 7:21 PM IST

ABOUT THE AUTHOR

...view details