ଓଡିଶା

odisha

By

Published : Feb 4, 2022, 10:21 PM IST

ETV Bharat / bharat

ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନେଇ ପୋଲିସକୁ ଦିଲ୍ଲୀ ହାଇକୋର୍ଟର ନୋଟିସ

ଅଲମ୍ପିକ ମେଡାଲିଷ୍ଟ ତଥା ରେସଲର ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନେଇ ପୋଲିସକୁ ନୋଟିସ କଲା ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

Delhi High Court issues notice
ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନେଇ ପୋଲିସକୁ ନୋଟିସ କଲା ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟ ପୋଲିସକୁ ନୋଟିସ କରିଛି । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ସାଗର ଧନକର ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ନେଇ ନୋଟିସ କରିଛନ୍ତି ।

ଦିଲ୍ଲୀ ଛତ୍ରଶାଲ ଷ୍ଟାଡିୟମରେ 23 ବର୍ଷୀୟ କୁସ୍ତିଯୋଦ୍ଧା ସାଗର ଧନକରଙ୍କ ହତ୍ୟା (Sagar Dhankar murder case) ମାମଲାରେ ସୁଶୀଲ କୁମାରଙ୍କ ନିୟମିତ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ମୁକ୍ତା ଗୁପ୍ତାଙ୍କ ବେଞ୍ଚ ଏହି ମାମଲାର ଦିଲ୍ଲୀ ପୋଲିସର ଜବାବ ମାଗିଛନ୍ତି ​​ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 28, 2022 ଧାର୍ଯ୍ୟ କରିଛନ୍ତି। ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥ୍ରା ଏବଂ ପ୍ରଦୀପ ରାଣା ରେସଲର ସୁଶୀଲ କୁମାରଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ।

ଏହା ପୂର୍ବରୁ ଟ୍ରାଏଲ କୋର୍ଟ ସୁଶୀଲ କୁମାରଙ୍କୁ ଜାମିନ ନାମଞ୍ଜୁର କରି କହିଥିଲେ ଯେ ଯେତେବେଳେ ଲୋକପ୍ରିୟ ଚେହେରା ଏପରି ଜଘନ୍ୟ ଅପରାଧ କରନ୍ତି, ସେତେବେଳେ ସମାଜ ଉପରେ ଏହାର ପ୍ରଭାବ ପଡିଥାଏ। ଏହି ସମସ୍ତ ତଥ୍ୟ ଏବଂ ପରିସ୍ଥିତିକୁ ଅନୁଧ୍ୟାନ କରି ନିୟମିତ ଜାମିନ ପ୍ରଦାନ ପାଇଁ କୌଣସି ଭିତ୍ତିଭୂମି କରାଯାଇନାହିଁ। ତେଣୁ ବର୍ତ୍ତମାନର ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି ବୋଲି ଟ୍ରାଏଲ କୋର୍ଟ କହିଥିଲା ।

ସୂଚନାଥାଉକି, ଯୁବ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ସୁଶୀଲ କୁମାରଙ୍କୁ ଗତ ବର୍ଷ ମେ 23 ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଏହା ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ ।

@ANI

ABOUT THE AUTHOR

...view details