ଓଡିଶା

odisha

By

Published : Apr 19, 2023, 10:54 PM IST

ETV Bharat / bharat

ଶ୍ରଦ୍ଧା ହତ୍ୟାକାଣ୍ଡ ଚାର୍ଜସିଟ ସମ୍ପର୍କିତ ଖବର ପ୍ରସାରଣ କରିପାରିବନି ଗଣମାଧ୍ୟମ: ଦିଲ୍ଲୀ ହାଇକୋର୍ଟ

ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ଚାର୍ଜସିଟକୁ ନେଇ ଖବର ପ୍ରସାରଣ କରିବାକୁ ଗଣମାଧ୍ୟମକୁ ବାରଣ କଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

ଶ୍ରଦ୍ଧା ହତ୍ୟାକାଣ୍ଡ ଚାର୍ଜସିଟ ସମ୍ପର୍କରେ ରିପୋର୍ଟିଂ କରିପାରିବ ନାହିଁ ଗଣମାଧ୍ୟମ: କୋର୍ଟ ଲଗାଇଲେ ରୋକ
ଶ୍ରଦ୍ଧା ହତ୍ୟାକାଣ୍ଡ ଚାର୍ଜସିଟ ସମ୍ପର୍କରେ ରିପୋର୍ଟିଂ କରିପାରିବ ନାହିଁ ଗଣମାଧ୍ୟମ: କୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ ମାମଲାର ଚାର୍ଜସିଟକୁ ନେଇ ଖବର ପ୍ରସାରିତ କରିପାରିବ ନାହିଁ କୌଣସି ଗଣମାଧ୍ୟମ । ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଦାଖଲ କରିଥିବା ଚାର୍ଜସିଟ ସମ୍ପର୍କିତ କୌଣସି ଖବର କୌଣସି ବୈଦ୍ୟୁତିକ କିମ୍ବା ମୁଦ୍ରିତ ଗଣମାଧ୍ୟମ ପ୍ରସାରଣ କିମ୍ବା ପ୍ରକାଶିତ କରିବା ଉପରେ ଦିଲ୍ଲୀ ହାଇକୋର୍ଟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । ଆଜି(ବୁଧବାର) ଶୁଣାଣିରେ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ କହିଛନ୍ତି, ଏହି ସମ୍ବେଦନଶୀଳ ହତ୍ୟା ମାମଲାର ଚାର୍ଜସିଟରେ ନାର୍କୋ ଟେଷ୍ଟ ଅଡିଓ ଏବଂ ସିସିଟିଭି ଫୁଟେଜ ମଧ୍ୟ ଅନ୍ତର୍ଭୂକ୍ତ ରହିଛି । ଯାହା ଗଣମାଧ୍ୟମରେ ପ୍ରକାଶିତ ହେବା ଆଦୌ ଉଚିତ ନୁହେଁ ।

ଶ୍ରଦ୍ଧା ହତ୍ୟାକାଣ୍ଡ ଚାର୍ଜସିଟ ସମ୍ପର୍କରେ ରିପୋର୍ଟିଂ କରିପାରିବ ନାହିଁ ଗଣମାଧ୍ୟମ: କୋର୍ଟ ଲଗାଇଲେ ରୋକ

ଦିଲ୍ଲୀ ପୋଲିସ କରିଥିବା ଏକ ଆବେଦନର ଶୁଣାଣି କରି ଜଷ୍ଟିସ ରଜନୀଶ ଭଟ୍ଟନଗର ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଚାର୍ଜସିଟ ପର୍ଯ୍ୟନ୍ତ ପହଞ୍ଚି ପାରୁଥିବା କୌଣସି ଗଣମାଧ୍ୟମ ଚ୍ୟାନେଲ କିମ୍ବା ସଂସ୍ଥା ଏହାକୁ ନିଜ ଚ୍ୟାନେଲରେ ପ୍ରଦର୍ଶନ କରିପାରିବେ ନାହିଁ । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାର ଏହା ନିଶ୍ଚିତ କରିବେ ଯେପରି କୌଣସି ଗଣମାଧ୍ୟମ ସଂସ୍ଥା କୋର୍ଟଙ୍କ ପ୍ରଦତ୍ତ ନିର୍ଦ୍ଦେଶକୁ ଉଲଙ୍ଘନ କରି ଖବର ପ୍ରସାରଣ ନକରନ୍ତି ।

ଆବେଦନ କରିଥିଲା ଦିଲ୍ଲୀ ପୋଲିସ: ଏହି ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମେ ଟ୍ରାଏଲ କୋର୍ଟରେ ଚାର୍ଜସିଟର ବିଷୟବସ୍ତୁ ନେଇ ରିପୋର୍ଟ କରୁଥିବା ମିଡିଆ ହାଉସ ଏବଂ ଚ୍ୟାନେଲ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିଥିଲା । ତେବେ ଏଭଳି ନିର୍ଦ୍ଦେଶ ପାଇଁ ପୋଲିସକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ପାଇଁ ତଳ କୋର୍ଟ କହିଥିଲେ । ପରେ ଏହି ଆବେଦନ ଦିଲ୍ଲୀ ହାଇକୋର୍ଟ ଅଧୀନକୁ ଆସିଥିଲା । ଆଜି ଏହି ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଗତବର୍ଷ ମେ’ 18 ରେ ଘଟିଥିଲା ହତ୍ୟାକାଣ୍ଡ:-ଗତବର୍ଷ(2022) ଦିଲ୍ଲୀର ମେହେରୁଲିର ଏକ ଭଡା ଫ୍ଲାଟରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିଲା । ଅଫତାବ ପୁନାଓ୍ବାଲା ନାମକ ଜଣେ ଯୁବକ ଲିଭଇନରେ ରହୁଥିବା ନିଜ ବାନ୍ଧବୀ ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲା । ହତ୍ୟାକାଣ୍ଡ 6ମାସ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ସେତେବେଳେ ଏହି ହତ୍ୟାକାଣ୍ଡ ଗଣମାଧ୍ୟମର ହେଡଲାଇନରେ ରହିବା ସହ ସାରା ଦେଶରେ ଚର୍ଚ୍ଚାର କାରଣ ହୋଇଥିଲା । ଏବେ ମଧ୍ୟ ଏହି ହତ୍ୟାକାଣ୍ଡର ଶୁଣାଣି ଜାରି ରହିଛି । ଚଳିତ ଜାନୁଆରୀ 24 ତାରିଖରେ ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ 6,629 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details