ନୂଆଦିଲ୍ଲୀ: ଭାରତରେ 'ବୈବାହିକ ଦୁଷ୍କର୍ମ'କୁ ଅପରାଧ ଘୋଷଣା କରାଯିବା ଉଚିତ୍ କି ? ବିଗତ କିଛି ମାସ ହେଲା ଏହି ମୁଦ୍ଦା ଉପରେ ଚର୍ଚ୍ଚା ଜୋର ଧରିଛି । ବୈବାହିକ ଦୁଷ୍କର୍ମ ଅପରାଧ କି ନୁହେଁ, ଦିଲ୍ଲୀ ହାଇକୋର୍ଟରେ ଏହାର ଶୁଣାଣି ହୋଇଥିବା ବେଳେ ଏନେଇ କୌଣସି ନିଷ୍ପତ୍ତି ନେଇ ପାରିନାହାନ୍ତି କୋର୍ଟ । ଏପରିକି ଏହି ମାମଲାକୁ ନେଇ ବିଚାରପତିଙ୍କ ମଧ୍ୟରେ ଏବେ ମତଭେଦ ଦେଖାଯାଇଛି । ସୂଚନା ଅନୁଯାୟୀ, ବୁଧବାର ଦିଲ୍ଲୀ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହି ବୈବାହିକ ଦୁଷ୍କର୍ମ ମାମଲାର ଶୁଣାଣି କରୁଥିଲେ । କିନ୍ତୁ ଉଭୟ ବିଚାରପତି ନିଜର ଭିନ୍ନ ଭିନ୍ନ ରାୟ ଦେଇଛନ୍ତି । ଯାହାପରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।
ବୈବାହିକ ଦୁଷ୍କର୍ମ ମାମଲା: ରାୟ ଦେଇପାରିଲେନି ହାଇକୋର୍ଟ, ସୁପ୍ରିମକୋର୍ଟରେ ହେବ ଶୁଣାଣି - ବୈବାହିକ ଦୁଷ୍କର୍ମ ଶୁଣାଣି
ବୈବାହିକ ଦୁଷ୍କର୍ମ ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବିଭାଜିତ ରାୟ । ଏଣିକି ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ
ମାମଲାର ଶୁଣାଣି ସମୟରେ ଜଷ୍ଟିସ ରାଜୀବ ଶକଧର(Rajiv Shakdher) କହିଥିଲେ ଯେ, ବୈବାହିକୁ ଦୁଷ୍କର୍ମ ଭାରତୀୟ ପିଙ୍ଗଳ କୋର୍ଡର ଧାରା 375, ସମ୍ବିଧାନର ଅନୁଚ୍ଛେଦ 14 ଉଲ୍ଲଙ୍ଘନ କରୁଛି । ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ରଖିବା ଅପରାଧ । ଅନ୍ୟପଟେ ଜଷ୍ଟିସ ସି ହରିଶଙ୍କର(C Harishanker) ଏହାକୁ ଖଣ୍ଡନ କରିଥିଲେ ଏବଂ ବୈବାହିକ ଦୁଷ୍କର୍ମ କୌଣସି ଆଇନର ଉଲ୍ଲଙ୍ଘନ କରୁନାହିଁ ବୋଲି ସେ ପ୍ରକାଶ କରିଥିଲେ । ଦୁଇ ବିଚାରପତି ବିଭାଜିତ ରାୟ ଶୁଣାଇବା ଯୋଗୁଁ ମାମଲାର କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ । ତେଣୁ ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି । ବର୍ତ୍ତମାନ ବୈବାହିକ ଦୁଷ୍କର୍ମ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।