ଓଡିଶା

odisha

By

Published : Jul 27, 2021, 6:30 PM IST

Updated : Jul 27, 2021, 7:17 PM IST

ETV Bharat / bharat

Padma Awards: ସ୍ବାସ୍ଥ୍ୟକର୍ମୀଙ୍କ ନାଁ ସୁପାରିଶ କରିବେ ଦିଲ୍ଲୀ ସରକାର

ଚଳିତ ବର୍ଷ ପଦ୍ମ ପୁରସ୍କାରରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନାଁ ସୁପାରିଶ ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

Ramoji Film Cityରେ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଭାଗ ନେଲେ ବିଗ ବି
Ramoji Film Cityରେ ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜରେ ଭାଗ ନେଲେ ବିଗ ବି

ନୂଆଦିଲ୍ଲୀ: ଚଳିତ ବର୍ଷର ପଦ୍ମ ପୁରସ୍କାର ପାଇଁ କୋରୋନା ବିରୋଧରେ ଲଢେଇ କରି ବଳିଷ୍ଠ ପରିଚୟ ସୃଷ୍ଟି କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନାମ ସୁପାରିଶ କରିବେ ଦିଲ୍ଲୀ ସରକାର । ମହାମାରୀ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଯିଏକି ସ୍ବତନ୍ତ୍ର ପରିଚୟ ପାଇବା ଆବଶ୍ୟକ ସେମାନଙ୍କ ନାମ ସୁପାରିଶ କରିବାକୁ ଦିଲ୍ଲୀବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ।

ମହାମାରୀ ସମୟରେ ଅନେକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଆକ୍ରାନ୍ତଙ୍କ ସେବା କରିଆସିଛନ୍ତି । ସେଥିମଧ୍ୟରୁ କିଛି ବଳିଷ୍ଠ ବ୍ୟକ୍ତିତ୍ବ ଅଛନ୍ତି ଯେ କି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ହିସାବରେ ବଡ ତ୍ୟାଗ ମଧ୍ୟ ଦେଇଛନ୍ତି । ତେବେ ଏଭଳି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ପାଇବା ଆବଶ୍ୟକ । ଏଣୁ ସେମାନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ଦ୍ବାରା ପୁରସ୍କୃତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି ସେ ନାମ ଚୟନ କରି ପଦ୍ମ ପୁରସ୍କାର ପାଇଁ ନାଁ ସୁପାରିଶ କରିବେ ବୋଲି କହିଛନ୍ତି । ଦିଲ୍ଲୀବାସୀ ଅଗଷ୍ଟ ୧୫ ତାରିଖ ମଧ୍ୟରେ ଏଭଳି କିଛି ବ୍ୟକ୍ତିତ୍ବଙ୍କ ନାଁ padmaawards.delhi@gmail.com ଏହି ୱେବସାଇଟରେ ଦେବା ପାଇଁ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଚୂଡାନ୍ତ ନିଷ୍ପତ୍ତି ଅନୁସାରେ ପଦ୍ମ ପୁରସ୍କାର ପାଇଁ ନାଁ ସୁପାରିଶ କରାଯିବ ବୋଲି ସେ କିହଛନ୍ତି । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ କାର୍ଯ୍ୟର ସ୍ବୀକୃତି ତଥା ସେମାନଙ୍କ ପ୍ରତି କୃତଜ୍ଞତା ହିସାବରେ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କେଜିରୱାଲ କହିଛନ୍ତି ।

ତେବେ ସୂଚନା ଥାଉ କି ପଦ୍ମ ପୁରସ୍କାର ବିଭିନ୍ନ କ୍ଷେତ୍ର ବା ବିଭାଗରେ ବିଶେଷ ତଥା ଅତୁଳନୀୟ ସଫଳତା ଓ ସେବା ପାଇଁ ପ୍ରଦାନ କରାଯାଇଥାଏ । ଯେପରିକି କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଜନସମ୍ପର୍କ ବିଭାଗ, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ବିଭାଗରେ ଦିଆଯାଇଥାଏ । ଜାତି, ବୃତ୍ତି, ପଦ କିମ୍ବା ଲିଙ୍ଗର ପାର୍ଥକ୍ୟ ବିନା ଏହି ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥାଏ ।

@PTI

Last Updated : Jul 27, 2021, 7:17 PM IST

ABOUT THE AUTHOR

...view details