ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ସିସୋଦିଆ ଗିରଫଦାରୀ ଓ ଯାଞ୍ଚ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଉ କିଛି ସମୟ ପରେ ଏହି ମାମଲାର ଶୁଣାଣି ହେବ । ମଦ ଦୁର୍ନୀତି ମାମଲାରେ ଆସନ୍ତାକାଲି (ସୋମବାର) ସିସୋଦିଆଙ୍କୁ ସିବିଆଇ 5 ଦିନିଆ ରିମାଣ୍ଡରେ ନେଇଥିଲା ।
ସିବିଆଇ ଗିରଫଦାରୀ ଓ ଯାଞ୍ଜ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ମନୀଷ ସିସୋସିଆ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଭିଷେକ ମନୁ ସିଙ୍ଘଭି ମନୀଷ ସିସୋଦିଆଙ୍କ ତରଫରୁ ଓକିଲାତି କରିବେ । ଏହା ମାମଲା ଆଉ କିଛି ସମୟ ପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅବକାରୀ ଦୁର୍ନୀତି ମାମଲାରେ ରବିବାର ସିସୋଦିଆକୁ 8 ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଥିଲା । ଏହାପରେ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ସିସୋଦିଆଙ୍କୁ 5 ଦିନିଆ ସିବିଆଇ ରିମାଣ୍ଡରେ ପଠାଇଥିଲେ । ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା ।
ଏହା ବି ପଢନ୍ତୁ...Delhi Excise Policy Case: ସିସୋଦିଆଙ୍କୁ 5ଦିନିଆ ରିମାଣ୍ଡରେ ନେଲା CBI, ଗତକାଲି ହୋଇଥିଲେ ଗିରଫ