ଜୈଶଲମେର:ଭାରତ-ପାକିସ୍ତାନ ସୀମାରେ ଏବେ ଲାଗି ରହିଛି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ଜମ୍ମୁରେ ଲଗାତାର ଡ୍ରୋନ ଉଡିବା ପରେ ସ୍ଥିତି ଆହୁରି ବିଗିଡି ଯାଇଛି । ଯାହାକୁ ନେଇ ଏବେ ଗୁଜୁରାଟରୁ ଜମ୍ମୁ ପର୍ଯ୍ୟନ୍ତ ସୀମାରେ କଡା ନଜର ରଖିଛି ସେନା ଓ ଆଇବି ।
ଏହାରି ଭିତରେ ଆଜି (ବୁଧବାର) ରାଜସ୍ଥାନ ଜୈଶଲମେର ପୋଖରାନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ ସଫଳତା । ଭାରତ-ପାକ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ଗୁପ୍ତଚର ସନ୍ଦେହରେ ଜଣଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ ।
ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନ ବିକାନେର ଜିଲ୍ଲାର ମୂଳ ବାସିନ୍ଦା । ଗତ କିଛି ବର୍ଷ ହେଲା ସେ ପୋଖରାନ ଅଞ୍ଚଳରେ ରହିଆସୁଥିଲା । ସେହିପରି ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଟକ ବ୍ୟକ୍ତି ଜଣଙ୍କ କିଛି ବର୍ଷ ଧରି ସେନାରେ କଣ୍ଟ୍ରାକ୍ଟର ଭାବେ କାମ କରିଆସୁଥିଲା । ଏହାବାଦ ବର୍ତ୍ତମାନ ତା ପାଖରେ ସେନାକୁ ପରିବା ଯୋଗାଣର କଣ୍ଟ୍ରାକ୍ଟ ଥିବା ଜଣାପଡିଛି ।
ଅଟକ ଥିବା ହବିବ ଖାନ (କଥିତ ନାଁ) ଗତ କିଛି ଦିନ ଧରି ଗୁଇନ୍ଦା ଅଧିକାରୀଙ୍କ ରାଡାରରେ ଥିଲା । କୌଣସି ସୂଚନା ଆଧାରରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ମଧ୍ୟ ତା ଉପରେ ନଜର ରଖିଥିଲା । କୁହାଯାଉଛି ହବିବ ଖାନ (କଥିତ ନାଁ) ପାକିସ୍ତାନର ଗୁଇନ୍ଦା ଏଜେନ୍ସି ISI ପାଇଁ ଗୁପ୍ତଚର କାମ କରୁଥିଲା । ଆଜି କ୍ରାଇମବ୍ରାଞ୍ଚ ଜୈଶଲମେର ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନେଇ ଯାଇଛି ।
ISI ପାଇଁ ଗୁଇନ୍ଦାଗିରି; ପୋଖରାନରୁ ଜଣଙ୍କୁ ଉଠାଇଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ - ଆଇବି
ଜମ୍ମୁରେ ଲଗାତାର ଡ୍ରୋନ ଉଡିବା ପରେ ସ୍ଥିତି ଆହୁରି ବିଗିଡି ଯାଇଛି । ଯାହାକୁ ନେଇ ଏବେ ଗୁଜୁରାଟରୁ ଜମ୍ମୁ ପର୍ଯ୍ୟନ୍ତ ସୀମାରେ କଡା ନଜର ରଖିଛି ସେନା ଓ ଆଇବି । ଅଧିକ ପଢନ୍ତୁ...
ISI ପାଇଁ ଗୁପ୍ତଚର ସନ୍ଦେହ; ପୋଖରଣରୁ ଜଣଙ୍କୁ ଉଠାଇଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ