ନୂଆଦିଲ୍ଲୀ:ଏକ ମାନହାନୀ ମକଦ୍ଦମାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ବରିଷ୍ଠ ଆପ ନେତା ଯୋଗେନ୍ଦ୍ର ଯାଦବଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀର ରୋଜ୍ ଆଭିନ୍ୟୁ କୋର୍ଟ (Delhi Court acquits Kejriwal Delhi Court acquits Kejriwal) । ସୁରେନ୍ଦ୍ର ଶର୍ମା ନାମକ ଜଣେ ଆଇନଜୀବୀ ଏହି ମାନହାନୀ ମକଦ୍ଦମା ଦାଏର କରିଥିଲେ । ମମଲାଟି ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କିତ । ସେତେବେଳେ ତାଙ୍କୁ AAP ପକ୍ଷରୁ ପାର୍ଥୀ ଘୋଷଣା କରାଯାଇ ଶେଷ ମୁହୂର୍ତ୍ତରେ ତାଙ୍କ ପାର୍ଥୀତ୍ବ ନାକଜ କରାଯାଇଥିବା ଅଭିଯୋଗରେ ସେ କୋର୍ଟରେ ଏହି ୩ ବରିଷ୍ଠ ଦଳୀୟ ନେତାଙ୍କ ନାମରେ ମାନହାନୀ ମକଦ୍ଦମା ଦାଏର କରିଥିଲେ ।
ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟିଆନ ବିଚାରପତି (ACMM) ବିଧି ଗୁୁପ୍ତା କହିଥିଲେ, ଅଭିଯୋଗ ଅନୁସାରେ ଏହା ଏକ ମାନହାନୀ ମକଦ୍ଦୋମା ପରି ମାମଲା ହୋଇଥିବା ଅନୁଭବ ହେଉନି । ତେଣୁ ମାମଲାକୁ ଏହି ଶ୍ରେଣୀଭୁକ୍ତ ଭାବେ ବିଚାର କରାଯାଇ ପାରିବ ନାହିଁ (Delhi Court acquits Kejriwal Delhi Court acquits Kejriwal )। ତେବେ ସ୍ବାସ୍ଥ୍ୟଗତ ସମସ୍ୟାରେ ଆବେଦନକାରୀ ସୁରେନ୍ଦ୍ରଙ୍କର ମୃତ୍ୟୁ ଘଟିସାରିଛି । ତାଙ୍କର ଜଣେ ସମ୍ପର୍କୀୟ ଏହି ମାମଲାର ପରିଚାଳନା ଜାରି ରଖିଛନ୍ତି ।