ଓଡିଶା

odisha

ETV Bharat / bharat

ଆସାମ ଲୋକଙ୍କଠାରୁ ସଂସ୍କୃତି ଶିଖନ୍ତୁ ହେମନ୍ତ ବିଶ୍ବଶର୍ମା: ଅରବିନ୍ଦ କେଜ୍ରିୱାଲ

ଆସାମ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଆସାମ ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ସଂସ୍କୃତି ଶିଖନ୍ତୁ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

delhi cm arvind kejriwal visits ssam
ଆସାମ ଗସ୍ତରେ ଅରବିନ୍ଦ କେଜ୍ରିୱାଲ

By

Published : Apr 2, 2023, 9:35 PM IST

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ପୁଣିଥରେ ହେମନ୍ତ ବିଶ୍ବଶର୍ମାଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିଛନ୍ତି କେଜ୍ରିୱାଲ । ଆସାମ ଲୋକଙ୍କଠାରୁ ବିଶ୍ବଶର୍ମା ସଂସ୍କୃତି ଶିଖିବାର ଆବଶ୍ୟକ ରହିଛି ବୋଲି କେଜ୍ରିୱାଲ କହିଛନ୍ତି । ଆସାମ ଗସ୍ତରେ ଆସି ଗୌହାଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ବଶର୍ମା ଦେଇଥିବା ଚେତାବନୀକୁ ଚ୍ୟାଲେଞ୍ଜ ଦେଇ ଏପରି କହିଛନ୍ତି କେଜ୍ରିୱାଲ ।

ରବିବାର ଆସାମ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆସିଥିଲେ । ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଦେଇଛନ୍ତି । ଗୌହାଟୀର ସୋନାରାମ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ କେଜ୍ରିୱାଲ ଓ ମାନ ସମ୍ବୋଧନ କରିଛନ୍ତି । କେଜ୍ରିୱାଲଙ୍କ ଗସ୍ତ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଦେଇଥିବା ଚେତାବନୀ ନେଇ ସେ ତାଙ୍କ ଉପରେ ବର୍ଷିଛନ୍ତି । ବିଶ୍ବଶର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, "ଆସାମର ଜନସାଧାରଣ ଏହିଭଳି ଚେତାବନୀ ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଆସାମବାସୀଙ୍କଠାରୁ ସଂସ୍କୃତି ଶିଖିବାର ଆବଶ୍ୟକତା ରହିଛି । ଆସାମର ଲୋକେ ସମସ୍ତ ଦଳକୁ ସୁଯୋଗ ଦେଇଛନ୍ତି । କିନ୍ତୁ ଏଠାରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ସମସ୍ତ ଦଳ କେବଳ ମିଥ୍ୟା ପ୍ରତିଶୃତି ଦେଇ ଜନସାଧାରଣଙ୍କୁ ଲୁଟିଛନ୍ତି । ୨୦୧୬ ଠାରୁ ବିଜେପି କ୍ଷମତାରେ ଅଛି, ଏହି ୭ ବର୍ଷ ମଧ୍ୟରେ ଆସାମରେ କୌଣସି ବିକାଶ ଦେଖିବାକୁ ମିଳିନାହିଁ । ୨୦୧୫ରେ ଦିଲ୍ଲୀରେ ସରକାର ଗଠନ କରିଥିଲା ଆମ୍ ଆଦମୀ ପାର୍ଟି । ଉଭୟ ଦଳ ଏକା ସାଙ୍ଗରେ କ୍ଷମତାକୁ ଆସିଥିଲେ । ଦିଲ୍ଲୀର ଅନେକ ବିକାଶ ଘଟି ସାରିଥିବାବେଳେ ଆସାମରେ ସେଭଳି ଚିତ୍ର ଦେଖିବାକୁ ମିଳିନି ।"

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଆସାମର ଜନସାଧାରଣ ଚାହୁଁଛନ୍ତି ଯେ ଏଠାରେ ଆମ୍ ଆଦମୀ ପାର୍ଟି ସରକାର ଗଢୁ । ଯେଉଁଠାରେ ଆପକୁ ସୁଯୋଗ ମିଳୁଛି, ସବୁଠି କାମ କରୁଛି ଏବଂ ଆସାମରେ ବି ଭଲ କାମ କରିବ ବୋଲି କେଜ୍ରିୱାଲ କହିଛନ୍ତି । ଗସ୍ତ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଖୋଲା ଚେତାବନୀ ଦେଇଥିଲେ । ଆସାମ ଜମିରେ ପାଦ ରଖି ତାଙ୍କ ବିରୋଧରେ କିଛି ମନ୍ତବ୍ୟ ଦେଲେ କେଜ୍ରିୱାଲଙ୍କ ବିରୋଧରେ ମାମଲା ଦାୟର କରିବାକୁ ବିଶ୍ବଶର୍ମା ଧମକ ଦେଇଥିଲେ । କିନ୍ତୁ ଆସାମ ଲୋକେ ବହୁତ ଭଲ ବୋଲି କେଜ୍ରିୱାଲ ମତ ପ୍ରକାଶ କରିଛନ୍ତି । ଏଠାକାର ଲୋକେ ତାଙ୍କୁ ସ୍ବାଗତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରୁଛି । ସେ ଆମର ଅତିଥି ହେବେ । ମୋ ଘରକୁ ଆସନ୍ତୁ, ତାଙ୍କୁ ଚା' ପିଆଇବା ସହ ଦିଲ୍ଲୀ ବୁଲାଇବି ।"

ABOUT THE AUTHOR

...view details