ନୂଆଦିଲ୍ଲୀ: ପୁଣି ବିଷାକ୍ତ ହେଲା ରାଜଧାନୀ ଦିଲ୍ଲୀ । ବିଷ ବଳୟରେ ଜର୍ଜରିତ ଦିଲ୍ଲୀବାସୀ । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ପୁଣି ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା 337 ରେକର୍ଡ କରାଯାଇଛି । କ୍ରୀଡାବିତ ମାନଙ୍କ ଉପରେ ଏହା ପ୍ରଭାବ ପକାଇପାରେ ।
ଏନେଇ ଦିଲ୍ଲୀର ଜଣେ ଯୁବକ କହିଛନ୍ତି ଯେ, ''ଯେଉଁ ମାନେ ସକାଳ ସମୟରେ ସାଇକେଲ ଚଳାଉଛନ୍ତି ଓ ଦୌଡିଛନ୍ତି, ସେହି ସମୟରେ ସେମାନଙ୍କ ପକ୍ଷେ ନିଶ୍ବାସ ନେବା କଷ୍ଟର ହୋଇପଡିବ । ପ୍ରତ୍ୟେକ ବର୍ଷ ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ର ବୃଦ୍ଧି ପାଉଛି । କିନ୍ତୁ ଦିଲ୍ଲୀ ସରକାର କୌଣସି ଆବଶ୍ୟକୀୟ ପଦକ୍ଷେପ ନେଉନାହାଁନ୍ତି । ମୁଁ ସାତ ବର୍ଷ ପରେ ଦିଲ୍ଲୀ ଆସିଛି, ବର୍ତ୍ତମାନ ପ୍ରଦୂଷଣ ବହୁତ ଅଧିକ ରହିଛି । ଏଥିପାଇଁ ସରକାରୀ ଓ ଜନସାଧାରଣ ସଚେତନ ହେବା ଆବଶ୍ୟକ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ।''