ଓଡିଶା

odisha

Dengue Menace In Delhi: ସପ୍ତାହକରେ ୨୮୫ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୯୨୬୦

By

Published : Dec 13, 2021, 9:45 PM IST

ଦିଲ୍ଲୀରେ ଗତ ୬ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ । ସପ୍ତାହକରେ ୨୮୫ ଆକ୍ରାନ୍ତ ଚିହ୍ନଟ । ୯,୨୬୦ ରେ ପହଞ୍ଚିଲାଣି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

ଦିଲ୍ଲୀରେ ପୁଣି ଅଣାୟତ ଡେଙ୍ଗୁ: ସପ୍ତାହକରେ ୨୮୫ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୯,୨୬୦
ଦିଲ୍ଲୀରେ ପୁଣି ଅଣାୟତ ଡେଙ୍ଗୁ: ସପ୍ତାହକରେ ୨୮୫ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୯,୨୬୦

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଆତଙ୍କ ବଢାଇବାରେ ଲାଗିଲାଣି ଡେଙ୍ଗୁ । ଗତ ସପ୍ତାହକ ମଧ୍ୟରେ 285 ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣାପଡିଛି । ତେବେ ଏହି ସଂଖ୍ୟାକୁ ମିଶାଇ ସହରରେ ମୋଟ ସଂକ୍ରମଣ ମାମଲା 9,260କୁ ବୃଦ୍ଧି ପାଇଛି । ଚଳିତବର୍ଷର ସଂକ୍ରମଣ ସଂଖ୍ୟା ଗତ ୬ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀ ମହାନଗର ନିଗମ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ, ଚଳିତ ବର୍ଷ ଡେଙ୍ଗୁ ସଂକ୍ରମଣରେ ଦିଲ୍ଲୀରେ 15 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକି 2016 ପରଠାରୁ ବାର୍ଷିକ ସର୍ବାଧିକ ମୃତ୍ୟୁହାର ।

ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (SDMC) ଆଣ୍ଟି ମ୍ୟାଲେରିଆ ଅପରେସନ୍ (HQ) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ଡେଙ୍ଗୁ ସଂକ୍ରମଣରେ 10 ଜଣଙ୍କର ମୃତ୍ୟୁ ଘଟିଥିଲା । 2016 ରେ ମଧ୍ୟ ମୃତ୍ୟୁ ସଂଖ୍ୟା ପ୍ରାୟ ସମାନ ରହିଥିଲା । ତେବେ ପରବର୍ତ୍ତୀ ବର୍ଷ ଗୁଡିକରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିଥିଲା । 2018, 2019 ଏବଂ 2020 ମସିହାରେ ଯାଥାକ୍ରମେ ୪, ୨ ଏବଂ ଜଣେ ମାତ୍ର ଡେଙ୍ଗୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତ କରିଥିଲା ।

ସେହିପରି 2016 ମସିହାରେ ମୋଟ 4,431 ଡେଙ୍ଗୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ 2017 ରେ 4,726 ମାମଲା ଓ 2018 ରେ ଏହି ସଂକ୍ରମଣ ମାମଲା ହ୍ରାସ ପାଇ 2,798 କୁ ଖସିଥିଲା । ସେହିପରି 2019 ରେ 2,036 ମାମଲା ପଞ୍ଜୀକୃତ ହୋଇଥିଲା । ତେବେ ଚଳିତବର୍ଷର ସଂକ୍ରମଣ ସ୍ଥିତି ୨୦୧୬ ମସିହାର ରେକର୍ଡ ଭାଙ୍ଗିଥିବା ଜଣାପଡିଛି ।

@ANI

ABOUT THE AUTHOR

...view details