ଶ୍ରୀନଗର:ଭାରତୀୟ ସେନାର ସର୍ବୋଚ୍ଚ ଉଚ୍ଚତାରେ ଥିବା ସେନା ବେସ ସିଆଚିନରେ ଲାଗିଲା ସୋଲାର ସିଷ୍ଟମ । ଆଜି ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମରେ ଏହି ସେନା ବେସରେ ପ୍ରତିଷ୍ଠା କରାଯାଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ହସ୍ତାନ୍ତର କରିଛନ୍ତି । ଏହି ସୋଲାର ସିଷ୍ଟମକୁ ସେନାର ଇଞ୍ଜିନିୟରିଂ କ୍ରପ ୟୁନିଟ (Corps of Engineers ) ବିକଶିତ କରିଛନ୍ତି । ଅତ୍ୟନ୍ତ ପ୍ରତିକୂଳ ପାଗ, ଖୁବ କମ ଭିଜିବିଲିଟି ଓ ପ୍ରବଳ ଥଣ୍ଡାରେ ଉକ୍ତ ସ୍ଥାନରେ ଭାରତୀୟ ସେନାକୁ ସର୍ବଦା ଶକ୍ତି ସଙ୍କଟର ସାମ୍ନା କରିବାକୁ ପଡୁଥିଲା ।
ଉଭୟ ପାକିସ୍ତାନ ଓ ଚୀନ ସୀମା ସହ ଲାଗିଥିବା ଏହି ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ସେନାର ନିୟମିତ ଅପରେସନ ପାଇଁ ପୂର୍ବରୁ ଡିଜେଲ ଏକମାତ୍ର ଇନ୍ଧନ ଭାବେ ବ୍ୟବହାର ହୋଇ ଆସୁଥିଲ । ତେବେ ଏବେ ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନକାରୀ ସୌରଶକ୍ତି ପ୍ରଣାଳୀ (solar power project) ବ୍ୟବସ୍ଥିତ ହେବା ପରେ ସେନା ପାଇଁ ଶକ୍ତି ସଙ୍କଟ ରହିବ ନାହିଁ ।