ବେଙ୍ଗାଲୁରୁ: ଦୀପାବଳି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ଆଗଧାଡିର ସାମ୍ବାଦିକଙ୍କୁ ଲକ୍ଷାଧିକ ଟଙ୍କା ଉପହାର ପ୍ରଦାନ କରାଯାଇଥିବା ନେଇ କଂଗ୍ରେସ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ (karnataka cm reaction on bribe in Diwali)। ତାଙ୍କ କାର୍ଯ୍ୟାଳୟରୁ କୌଣସି ସାମ୍ବାଦିକଙ୍କୁ ଟଙ୍କା କିମ୍ବା ଅନ୍ୟ କିଛି ସାମଗ୍ରୀ ଉପହାର ବାବାଦରେ ଦିଆଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ କଂଗ୍ରେସ ଟୁଲ୍କିଟ୍ର ଏକ ଅଂଶ ବୋଲି ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି ।
Deepavali cash gifts to journalists: ଅଭିଯୋଗକୁ ଖଣ୍ଡନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, କହିଲେ କଂଗ୍ରେସର ଟୁଲକିଟ ରାଜ୍ୟରେ ଲାଗି ରହିଥିବା ଏପରି ଅଭିଯୋଗ ନେଇ ସେ ଆହୁରି ମଧ୍ୟ କହିଛନ୍ତି, ସେ ଏହି ମାମଲାରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା ମଧ୍ୟ ଦାଖଲ କରାଯାଇଛି । ତଦନ୍ତ ଜାରି ରହିଛି, ହେଉଥିବା ଅଭିଯୋଗ ନେଇ ଖୁବଶୀଘ୍ର ସତ୍ୟାସତ୍ୟ ସାମ୍ନାକୁ ଆସିବ ।
ଆଜି(ରବିବାର) ଅଭିଯୋଗ ନେଇ ସିଧା ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବୋମ୍ମାଇ କହିଛନ୍ତି,‘‘ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସାମ୍ବାଦିକଙ୍କ ପାଇଁ ଉପହାର ପ୍ରଦାନର ବ୍ୟବସ୍ଥା ନଥିଲା । ସେହିପରି ସେ ମଧ୍ୟ ଅନ୍ୟ କୌଣସି ବିଭାଗକୁ ଏନେଇ ନିର୍ଦ୍ଦେଶ ଦେଇନାହାନ୍ତି । କଂଗ୍ରେସ ଏକ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିଛି । ତେବେ କଂଗ୍ରେସ ସରକାରରେ ଥିବା ବେଳେ ଏପରି କାର୍ଯ୍ୟମାନ କରାଯାଉଥିଲା । କଂଗ୍ରେସ ସରକାର କେମିତି ପ୍ରଲୋଭିତ କରୁଥିଲା ତାହା ସେତେବେଳେ କିଛି ଗଣମାଧ୍ୟମ ମଧ୍ୟ ଖବର ପ୍ରକାଶନ କରିଥିଲେ ।’’
ତେବେ ରାଜ୍ୟରେ ବିରୋଧୀ ଦଳ କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଥିଲା । ଚଳିତ ଦୀପାବଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟର କିଛି ଆଗଧାଡିର ସାମ୍ବାଦିକଙ୍କୁ ଉପହାର ଆକାରରେ ଲାଞ୍ଚ ଦିଆଯାଇଥିବା ଦଳ ଦାବି କରିଥିଲା । ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ସହ ମିଠା ପ୍ୟାକେଟ ପଠାଯାଇଥିବା କଂଗ୍ରେସ ଅଭିଯୋଗ କରିବା ଏହାର ତଦନ୍ତ ମଧ୍ୟ ଦାବି କରିଥିଲା । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗର ତଦନ୍ତ କରିବା ପାଇଁ ମାମଲା ମଧ୍ୟ ଦାଖଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ