ଓଡିଶା

odisha

ETV Bharat / bharat

ସ୍ପୁଟନିକ ଲାଇଟକୁ DCGIର ସୁପାରିଶ

ଋଷ ବିକଶିତ ସ୍ଫୁଟନିକ ଲାଇଟକୁ DCGIର ସୁପାରିଶ। ଗତ ଶୁକ୍ରବାର ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ( DCGI)ର ସବଜେକ୍ଟ ଏକ୍ସପୋର୍ଟ କମିଟି(SEC) ପକ୍ଷରୁ କୋରୋନା ଭ୍ୟାକସିନ ସ୍ଫୁଟନିକ ଲାଇଟକୁ ସୁପାରିଶ କରାଯାଇଛି। ଅଧିକ ପଢ଼ନ୍ତୁ

dcgi recommend russia sputnik light covid-19 vaccine
ସ୍ଫୁଟନିକ ଲାଇଟକୁ DCGIର ସୁପାରିଶ

By

Published : Feb 5, 2022, 5:11 PM IST

ନୂଆଦିଲ୍ଲୀ:ଋଷ ବିକଶିତ ସ୍ଫୁଟନିକ ଲାଇଟକୁ DCGIର ସୁପାରିଶ । ଗତ ଶୁକ୍ରବାର ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ( DCGI)ର ସବଜେକ୍ଟ ଏକ୍ସପୋର୍ଟ କମିଟି(SEC) ପକ୍ଷରୁ କୋରୋନା ଭ୍ୟାକସିନ ସ୍ଫୁଟନିକ ଲାଇଟକୁ ସୁପାରିଶ କରାଯାଇଛି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଗତ ଶୁକ୍ରବାର ସୁଦ୍ଧା 42 ଲକ୍ଷ ଡୋଜ ଟିକାକରଣ ସମୂର୍ଣ୍ଣ ହୋଇଛି। ଯାହାକୁ ମିଶାଇ ଦେଶରେ ଟିକାକରଣ 169 କୋଟିକୁ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର 2021ରେ ଋଷ ବିକଶିତ ସ୍ଫୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଥିଲା। ସ୍ଫୁଟନିକ ଲାଇଟ ଏକ ସିଙ୍ଗଲ ଡୋଜ ଟିକା ଅଟେ। ଏହାପରେ ଦ୍ବିତୀୟ ଡୋଜର ଆବଶ୍ୟକତା ପଡ଼ିବ ନାହିଁ।

ସ୍ଫୁଟନିକ ଲାଇଟ ରୁଷ ଭ୍ୟାକସିନ ସ୍ଫୁଟନିକ-ଭିର ଏକ କମ୍ପୋନେଣ୍ଟ ସଦୃଶ। ଗତ ଏପ୍ରିଲ 2021ରେ ସ୍ଫୁଟନିକ-ଭିକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ତେଣୁ ସ୍ଫୁଟନିକ ଲାଇଟକୁ ମଧ୍ୟ ଅନୁମତି ଦେବାକୁ ରୁଷ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି।

Lancent ଗବେଷଣା ଅନୁଯାୟୀ, କୋରୋନା ମହାମାରୀ ବିରୁଦ୍ଧରେ ସ୍ଫୁଟନିକ ଲାଇଟ ଅପେକ୍ଷା ସ୍ଫୁଟନିକ-ଭି ଅଧିକ ପ୍ରଭାବଶାଳୀ। କୋରୋନା ବିରୁଦ୍ଧରେ ସ୍ଫୁଟନିକ-ଭିର ପ୍ରଭାବ 91.6 ପ୍ରତିଶତ ରହିଛି । ସ୍ଫୁଟନିକ ଲାଇଟର ପ୍ରଭାବ 78.6 ପ୍ରତିଶତ ରହିଛି। ଗବେଷଣା ଅନୁଯାୟୀ ସ୍ଫୁଟନିକ ଲାଇଟର ପ୍ରଭାବରେ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା 87.6 ପ୍ରତିଶତ କମ ହୋଇଯାଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details