ଓଡିଶା

odisha

By

Published : Jun 17, 2022, 11:40 AM IST

ETV Bharat / bharat

Agnipath protests: ବିହାରରେ ତୃତୀୟ ଦିନରେ ଅଗ୍ନିପଥ ହିଂସା, ପାସେଞ୍ଜର ଟ୍ରେନ୍‌ ଜାଳିଦେଲେ

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳୁଛି । ବିହାରର ବିଭିନ୍ନ ରେଳ ଷ୍ଟେସନରେ ବିକ୍ଷୋଭକାରୀ ଟ୍ରେନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ

Agnipath protests: ଦେଶରେ ବଢୁଛି ଅଗ୍ନିପଥ ହିଂସା, ବିହାରରେ ଟ୍ରେନ ଜାଳିଲେ ଛାତ୍ରଛାତ୍ରୀ
Agnipath protests: ଦେଶରେ ବଢୁଛି ଅଗ୍ନିପଥ ହିଂସା, ବିହାରରେ ଟ୍ରେନ ଜାଳିଲେ ଛାତ୍ରଛାତ୍ରୀ

ପାଟନା:କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ହିଂସା । ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେଉଛି । ବିକ୍ଷୋଭର ବହ୍ନି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ବିହାରରେ ଏକାଧିକ ଷ୍ଟେସନରେ ଥିବା ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ(Agnipath Scheme protests in Bihar) । ଲଖିସରାଇ(Lakhisarai) ଠାରେ ଆନ୍ଦୋଳନକାରୀ ବିକ୍ରମଶିଳା(Vikramshila Express) ଏକ୍ସପ୍ରେସର ୩ଟି ବଗି ଜାଳି ଦେଇଛନ୍ତି ।

ସମଷ୍ଟିପୁର ଠାରେ ମଧ୍ୟ ବିକ୍ଷୋଭକାରୀ ଗୋଟିଏ ଟ୍ରେନର ଦୁଇଟି ବଗିରେ ନିଆଁ ଲଗାଇଥିବାବେଳେ ବକ୍ସରରେ ରେଳ ଟ୍ରାକ ଅବରୋଧ କରିଛନ୍ତି । ବେଗୁସରାଇ ରେଳ ଷ୍ଟେସନରେ ଉତ୍ୟକ୍ତ ଛାତ୍ରଛାତ୍ରୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ବ୍ୟାପକ ଭଙ୍ଗାରୁଜା କରିଥିବାର ଜଣାପଡିଛି । ବର୍ତ୍ତମାନ କିଛି ଛାତ୍ରଛାତ୍ରୀ ରେଳ ଟ୍ରାକ ଉପରେ ଆନ୍ଦୋଳନ କରୁଛନ୍ତି । ବିକ୍ଷୋଭକାରୀ ଦିଲ୍ଲୀ-କୋଲକାତା ମୁଖ୍ୟ ରେଳ ରାସ୍ତା ଅବରୋଧ କରିବା ଯୋଗୁଁ କିଛି ଟ୍ରେନ ସମୟ ବଦଳାଇ ଦିଆଯାଇଛି ।

ଅନୁରୂପ ଭାବେ ବିହିୟା ଏବଂ ଖଗାରିଆ ମାନ୍ସି ରେଳ ଷ୍ଟେସନ ଏବଂ ହଜିପୁର ଷ୍ଟେସନଠାରେ ଆଉ କିଛି ବିକ୍ଷୋଭକାରୀ ଟ୍ରାକ ଅବରୋଧ କରି ହଙ୍ଗାମା କରୁଛନ୍ତି । ବିହାରର ୮ଟି ଜିଲ୍ଲାରେ ବିରୋଧ ହିଂସାତ୍ମକ ଆନ୍ଦୋଳନର ରୂପ ନେଇଛି । ହିଂସା ବଢୁଥିବା ଦେଖି ରେଳବାଇ କିଛି ଟ୍ରେନ୍‌ ଚଳାଚଳ ବାତିଲ କରିଛି । ଆଜି ଉତ୍ତରପ୍ରଦେଶରେ ମଧ୍ୟ ଅଗ୍ନିପଥ ହିଂସା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଉତ୍ୟକ୍ତ ଲୋକେ ଟ୍ରେନ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଛନ୍ତି ।

ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି । କେବଳ ଏତିକି ନୁହେଁ, ସେମାନେ ସହରର ବିଭିନ୍ନ ଦୋକାନ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଫିରୋଜାବାଦରେ ଉତ୍ୟକ୍ତ ଛାତ୍ରଛାତ୍ରୀ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବସ୍ ଉପରେ ପଥରମାଡ କରିଥିବାର ଖବର ଆସିଛି । ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ଏସଏମଏସ ସେବାକୁ ବାତିଲ କରାଯାଇଛି ।

ABOUT THE AUTHOR

...view details