ମୁମ୍ବାଇ:ନିଲାମ ହୋଇଛି ଦାଉଦ ଇବ୍ରାହିମର ସମ୍ପତ୍ତି । 7ଟି ସମ୍ପତ୍ତି ମଧ୍ୟରୁ 6ଟି ବିକ୍ରି ହୋଇଥିବା ବେଳେ ଗୋଟିଏ ଡ୍ରପ୍ କରାଯାଇଛି । ଏହାସହ ଇକାବଲ୍ ମିର୍ଚିଙ୍କ ସମ୍ପତ୍ତିକୁ ବିଡ୍ କରାଯାଇନାହିଁ । ଏନେଇ ଚୋରା ଚାଲାଣକାରୀ ଏବଂ ବୈଦେଶିକ ମୁଦ୍ରା ବିନିମୟ (ସମ୍ପତ୍ତି ବାତିଲ) ଆଇନ (SAFEMA) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।
ମହାରାଷ୍ଟ୍ରରେ ଦାଉଦ ଇବ୍ରାହିମଙ୍କ ସମ୍ପତ୍ତିର ଏହା ସବୁଠାରୁ ବଡ ନିଲାମ ବୋଲି କୁହାଯାଉଛି । କୋଭିଡ-19 ମହାମାରୀ ହେତୁ ଭିଡିଓ କନଫରେନ୍ସିଂ ଉପରେ ଏହି ନିଲାମ ହୋଇଛି । ଗତବର୍ଷ କର୍ତ୍ତୃପକ୍ଷ ନାଗପଡାଠାରେ ଏକ ଫ୍ଲାଟ ନିଲାମ କରିଥିଲେ ଯାହାକି ଦାଉଦର ଭଉଣୀ ସ୍ୱର୍ଗତ ହସିନା ପାରକର ବୋଲି କୁହାଯାଉଥିଲା ।