ଓଡିଶା

odisha

ETV Bharat / bharat

୪୫ ବର୍ଷ ପରେ ଜନ୍ମନେଲା ଶିଶୁ କନ୍ୟା, ହସ୍ପିଟାଲରୁ ବାଜାବଜାଇ ଘରକୁ ପାଛୋଟିନେଲେ ପରିବାର - ପରିବାରରେ ୪୫ ବର୍ଷ ପରେ ଘରକୁ ଆସିଲା ଶିଶୁ କନ୍ୟା

ଭାରତରେ ଲିଙ୍ଗଗତ ଭେଦଭାବ ଏବେ ବି ଜାରି ରହିଛି । ଏବେ ବି ଶିଶୁକନ୍ୟାକୁ ଅନେକ ପରିବାର ପାଇଁ ଅଲୋଡା, ଅପଚରା । ତେବେ ବିହାରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି କି ୪୫ ବର୍ଷ ପରେ ଘରେ ଶିଶୁକନ୍ୟାଟିଏ ଜନ୍ମ ନେଇଥିବାରୁ ପରିବାରରେ ଆନନ୍ଦ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପରିବାରରେ ୪୫ ବର୍ଷ ପରେ ଘରକୁ ଆସିଲା ଶିଶୁ କନ୍ୟା
ପରିବାରରେ ୪୫ ବର୍ଷ ପରେ ଘରକୁ ଆସିଲା ଶିଶୁ କନ୍ୟା

By

Published : Jul 23, 2022, 5:58 PM IST

ପାଟନା: ସନ୍ତାନ ସୁଖ ସମସ୍ତଙ୍କ ଭାଗ୍ୟରେ ନଥାଏ । ଭାରତରେ ଲିଙ୍ଗଗତ ଭେଦଭାବ ଏବେ ବି ଜାରି ରହିଛି । ଏବେ ବି ଶିଶୁକନ୍ୟାକୁ ଅନେକ ପରିବାରରେ ପାଇଁ ଅଲୋଡା । ତେବେ ବିହାରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠି କି ୪୫ ବର୍ଷ ପରେ ଘରେ ଶିଶୁକନ୍ୟାଟିଏ ଜନ୍ମ ନେଇଥିବାରୁ ପରିବାରରେ ଆନନ୍ଦ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଶରଣ ଜିଲ୍ଲାର କମା ନାଗ ପଞ୍ଚାୟତ ଅଞ୍ଚଳରେ ।

୪୫ ବର୍ଷ ପରେ ଜନ୍ମନେଲା ଶିଶୁ କନ୍ୟା, ହସ୍ପିଟାଲରୁ ବାଜାବଜାଇ ଘରକୁ ପାଛୋଟିନେଲେ ପରିବାର

ସୂଚନା ଅନୁସାରେ, ଏକମା ନାଗ ପଞ୍ଚାୟତ ଅଞ୍ଚଳର ଧୀରଜ ଗୁପ୍ତା ନାମକ ଏକ ବ୍ୟକ୍ତିଙ୍କ ବିବାହର ୪୫ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାପରେ ପରିବାର ଲୋକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଛି । ପରିବାର ଲୋକେ ବ୍ୟାଣ୍ଡ ବାଜା, ବାଣ ଫୁଟାଇ ବଜାଇ ଶିଶୁକନ୍ୟାକୁ ଘରକୁ ପାଛୋଟି ଆଣିଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏନେଇ ଧୀରଜଙ୍କ ଭାଇ କହିଛନ୍ତି ଯେ, "ଆମେ ବହୁତ ଖୁସି ଅଛୁ । ଆମ ଘରକୁ ୪୫ ବର୍ଷ ପରେ ଲକ୍ଷ୍ମୀ ଆସିଥିବାରୁ ଆମ ଖୁସି ଦ୍ବିଗୁଣିତ ହେଇଯାଇଛି (Daughter born after 45 years in family)। ଏକମା ନାଗର ପଞ୍ଚାୟତରେ ପରିବାରର ଏହି ଉତ୍ତମ କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି । ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଅନ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା ଅଟେ, ଯେଉଁମାନେ ଗର୍ଭରେ ଶିଶୁକନ୍ୟା ଥିବା ଜାଣି ନଷ୍ଟ କରିଦିଅନ୍ତି । ପୁଅ ତୁଳନାରେ ଝିଅ କୌଣସି ଗୁଣରେ କମ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details