ପାଟନା:ଦରଭଙ୍ଗା ଟ୍ରେନ ବ୍ଲାଷ୍ଟ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଜୁନ୍ 17 ରେ ସିକନ୍ଦରାବାଦରୁ କେମିକାଲ ପ୍ୟାକେଟ୍ ନେଇ ବିହାର ଯାଉଥିବା ସମୟରେ ଦରଭଙ୍ଗା ନିକଟରେ ଟ୍ରେନରେ ବିସ୍ଫୋରଣ ଘଟିଥିଲା ।
ବିହାର ଗୃହ ବିଭାଗ ଘଟଣାର ତଦନ୍ତ ପାଇଁ NIA କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି । ମାମଲାଟି ଅତ୍ୟନ୍ତ ଗୁରୁତର ହୋଇଥିବାରୁ GRP କେସକୁ ବିହାର ପୋଲିସର ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ(ATS)କୁ ହସ୍ତାନ୍ତର କରିଛି । ଏହି ମାମଲା ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ସହିତ ମଧ୍ୟ ଜଡିତ ଥିବାରୁ ଏହି ଦୁଇ ରାଜ୍ୟର ATS ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ।