ନୂଆଦିଲ୍ଲୀ: ଓଡିଶାରେ ଜାରି ରହିଛି ବାତ୍ୟା ୟସ୍ ତାଣ୍ଡବ । ରାଜ୍ୟରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଗୁରୁବାର ସକାଳେ ଝାଡ଼ଖଣ୍ଡକୁ ଅତିକ୍ରମ କରିବ । ତେବେ ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଗୁରୁବାର ସୂଚନା ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଓଡିଶାରେ ଗତ 24 ଘଣ୍ଟାରେ ବାତ୍ୟା ୟସ୍ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ରେକର୍ଡ କରାଯାଇଛି । ଏହାର ଉତ୍ତର ଉପକୂଳ ଅଞ୍ଚଳର ଜିଲ୍ଲାଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବୁଧବାର ଭଦ୍ରକ ଜିଲ୍ଲାର ଧାମରା ଓ ବାଲେଶ୍ବରରେ ବୁଧବାର ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟା ପ୍ରତି ବେଗ 120ରୁ 140 କିଲୋମିଟର ପବନ ବହିଥିଲା ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।