ଓଡିଶା

odisha

ETV Bharat / bharat

ବାତ୍ୟା ମୁକାବିଲା: ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହା - ଉଚ୍ଚସ୍ତରୀୟ ବୈଠକ

ବାତ୍ୟା ୟାସ୍ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହେବ । ବୈଠକରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଓ ଆଣ୍ଡାମାନ ନିକୋବରର ଉପ-ରାଜ୍ୟପାଳ ସାମିଲ ହେବେ । ଅଧିକ ପଢନ୍ତୁ...

ଗୃହମନ୍ତ୍ରୀ ଅମିତ ଶାହା
ଗୃହମନ୍ତ୍ରୀ ଅମିତ ଶାହା

By

Published : May 24, 2021, 11:32 AM IST

Updated : May 24, 2021, 12:18 PM IST

ନୂଆଦିଲ୍ଲୀ: ଓଡିଶା ଓ ପଶ୍ଚିମବଙ୍ଗ ଉପରକୁ ମାଡି ଆସୁଛି ବାତ୍ୟା ୟାସ୍ । ଏହାର ମୁକାବିଲା ନେଇ କେନ୍ଦ୍ର ପକ୍ଷରୁ ତୁହାକୁ ତୁହା ବୈଠକ ହେଉଛି । ଆଜି(ସୋମବାର) ବାତ୍ୟା ୟାସ୍ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହେବ । ବୈଠକରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଓ ଆଣ୍ଡାମାନ ନିକୋବରର ଉପ-ରାଜ୍ୟପାଳ ସାମିଲ ହେବେ । ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେବ ବୋଲି ଜଣାପଡିଛି ।

ବୈଠକରେ ବରିଷ୍ଠ ସରକାରୀ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ଚଳାଚଳ, ପରିବେଶ ବିଜ୍ଞାନ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ରହିବେ ।

ବାତ୍ୟାର ମୁକାବିଲା ପାଇଁ ଦେଶବ୍ୟାପୀ 950 ଏନଡିଆରଏଫ ଦଳ ରହିଛନ୍ତି । ତୁରନ୍ତ ଆବଶ୍ୟକତା ପାଇଁ 26 ହେଲିକପ୍ଟର ପ୍ରସ୍ତୁତ ରହିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ମେ 23 ତାରିଖ ସୁଦ୍ଧା 15ଟି ପରିବହନ ବିମାନରେ ଜାମନଗର, ବାରାଣାସୀ, ପାଟନା ଏବଂ ଆରାକୋନାମ୍ରୁ କୋଲକାତା, ଭୁବନେଶ୍ୱର ଏବଂ ପୋର୍ଟ ବ୍ଲେୟାରକୁ 70 ଟନ୍ ଭାର ମଧ୍ୟ ଉଡ଼ାଣ ଭରିଛି ।

ଭାରତ ପାଣିପାଗ ବିଭାଗ ଅନୁଯାୟୀ ମେ 26 ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଉପକୂଳରେ ବାତ୍ୟା ୟାସ୍ ହିଟ କରିବ ବୋଲି ଜଣାପଡିଛି । ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ୟାସର ମୁକାବିଲା ପାଇଁ ବୈଠକ କରିଥିଲେ । ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

@ANI

Last Updated : May 24, 2021, 12:18 PM IST

ABOUT THE AUTHOR

...view details