ଓଡିଶା

odisha

By

Published : May 4, 2022, 10:48 PM IST

ETV Bharat / bharat

ଅଜବ କାରନାମା: ପେଟରୁ ବାହାରିଲା ୧୧.୫୩ କୋଟି ଟଙ୍କାର ହେରୋଇନ

ଦିନକୁ ଦିନ ଦେଶରେ ବଢି ଚାଲିଛି ହେରୋଇନ କାରବାର । ପୁଣି ଜଣେ ବିଦେଶୀ ନାଗରିକଙ୍କ ପେଟରୁ ସମସାବାଦ ବିମାନବନ୍ଦରରୁ ୧୧.୫୩ କୋଟି ମୂଲ୍ୟର ହିରୋଇନ ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ

ଅଜବ କାରନାମା: ପେଟରୁ ବାହାରିଲା ୧୧.୫୩ କୋଟି ଟଙ୍କାର ହେରୋଇନ
ଅଜବ କାରନାମା: ପେଟରୁ ବାହାରିଲା ୧୧.୫୩ କୋଟି ଟଙ୍କାର ହେରୋଇନ

ହାଇଦ୍ରାବାଦ:ଦିନକୁ ଦିନ ଦେଶରେ ବଢି ଚାଲିଛି ହେରୋଇନ କାରବାର । ଦେଶର ବିଭିନ୍ନ ଏୟାରପୋର୍ଟ ଦେଇ ଚାଲାଣ ହେଉଛି ହେରୋଇନ । ତେବେ ଜଣେ ବିଦେଶୀ ନାଗରିକଙ୍କ ପେଟରୁ ସମସାବାଦ ବିମାନବନ୍ଦରରୁ ୧୧.୫୩ କୋଟି ମୂଲ୍ୟର ହିରୋଇନ ଜବତ କରିଛି କଷ୍ଟମ ବିଭାଗ ।

ଅଜବ କାରନାମା: ପେଟରୁ ବାହାରିଲା ୧୧.୫୩ କୋଟି ଟଙ୍କାର ହେରୋଇନ

ସୂଚନା ଅନୁସାରେ, ଅପ୍ରେଲ ୨୬ରେ ଜୋହାନବର୍ଗରୁ ଜଣେ ତାଞ୍ଜାନିଆ ନାଗରିକ ହାଇଦ୍ରାବାଦ ଆସିଥିଲେ । ମାତ୍ର ସେଠାରେ କଷ୍ଟମ୍ସ ଇଣ୍ଟେଲିଜେନ୍ସ ୟୁନିଟ୍ ଅଧିକାରୀଙ୍କ ତାଙ୍କ ଉପରେ ସନ୍ଦେହ ହେବାରୁ ଅଟକ ରଖିବା ସହ ଯାଞ୍ଚ କରିବା ପାଇଁ ଡାକ୍ତରଖାନା ପଠାଇଥିଲେ । ଡାକ୍ତର ଯାଞ୍ଚ କରିବା ସହ ତାଙ୍କ ପେଟରୁ ୧୦୯ଟି ହେରୋଇନ କ୍ୟାପସୁଲ ବାହାର କରିଥିଲେ ।

ଅନ୍ୟପଟେ ଡାକ୍ତର ତାଙ୍କ ପେଟରୁ ୬ଦିନରେ ୧୦୯ କ୍ୟାପସୁଲ ବାହାର କରିଥିଲେ । ଏହାର ଓଜନ ୧,୩୮୯ ଗ୍ରାମ ବୋଲି ଅଧିକାରୀମାନେ କହିଛନ୍ତି । ଏହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୧୧.୫୩ କୋଟି ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details