ଓଡିଶା

odisha

ETV Bharat / bharat

ମହାମାରୀରୁ ଆଶ୍ବସ୍ତି ! ଜାଣନ୍ତୁ କେବେଠୁ କମିବ କୋରୋନା କୋପ...

ଗୁଲେରିଆ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ପଶ୍ଚିମ ଭାରତରେ କୋରୋନା ମାମଲାରେ ହ୍ରାସ ଘଟିଛି ।AIIMS ନିର୍ଦ୍ଦେଶକ କହିଛନ୍ତି ଯେ ଉତ୍ତର ଏବଂ ମଧ୍ୟ ଭାରତରେ ମଧ୍ୟ ଆସନ୍ତା ସପ୍ତାହରେ ସଂକ୍ରମଣ ହ୍ରାସ ଦେଖିବାକୁ ମିଳିବ। ଅଧିକ ପଢନ୍ତୁ...

ମହାମାରୀରୁ ଆଶ୍ବସ୍ତି ! ଜାଣନ୍ତୁ କେବେ ଆରମ୍ଭ ହେଲ ସଂକ୍ରମଣ ହ୍ରାସ
ମହାମାରୀରୁ ଆଶ୍ବସ୍ତି ! ଜାଣନ୍ତୁ କେବେ ଆରମ୍ଭ ହେଲ ସଂକ୍ରମଣ ହ୍ରାସ

By

Published : May 7, 2021, 7:33 AM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କରୋନା ଭାଇରସ ଦ୍ୱିତୀୟ ଲହର ପିକ୍‌ ଭିନ୍ନ ଭିନ୍ନ ସମୟରେ ଆସିବ । ଏନେଇ ସୂଚନା ଦେଇଛନ୍ତି AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି, ଭାଇରସ୍ ମ୍ୟୁଟେସନ୍ ବିକାଶିତ ହେବ । ଏହା କୋରୋନା ଭୂତାଣୁ ବିକାଶର ଏକ ଅଂଶ । ଗୁଲେରିଆ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ପଶ୍ଚିମ ଭାରତରେ କୋରୋନା ମାମଲାରେ ହ୍ରାସ ଘଟିଛି ।

ସେ ଆହୁରି କହିଛନ୍ତି କି, ଉତ୍ତର ଏବଂ ମଧ୍ୟ ଭାରତରେ ମଧ୍ୟ ଆସନ୍ତା ସପ୍ତାହରେ ସଂକ୍ରମଣ ହ୍ରାସ ଦେଖିବାକୁ ମିଳିବ। ହେଲେ ଯେତେବେଳେ ଦେଶର ଉତ୍ତର-ପୂର୍ବ ଏବଂ ବଙ୍ଗରେ ନୂତନ ମାମଲାଗୁଡ଼ିକରେ ହ୍ରାସ ଘଟିବ, ସେତେବେଳେ ହିଁ ଆମେ କହିପାରିବା ଯେ ଭାରତରେ ମାମଲା ହ୍ରାସ ପାଉଛି । ତେବେ ପିକ୍‌ ଚଳିତ ମାସ ଶେଷରେ କିମ୍ବା ଆସନ୍ତା ମାସ ଆରମ୍ଭରେ ହୋଇପାରେ ।

ସେପଟେ ମହାମାରୀ କୋରୋନାର ଭୟାବହତାକୁ ସାମ୍ନା କରୁଥିବା ଭାରତ ପାଇଁ ଆଶ୍ବସ୍ତିକର ଖବର । ଦେଶର ଜଣାଶୁଣା ଭାଇରୋଲୋଜିଷ୍ଟ ତଥା ଚିକିତ୍ସା ବିଶେଷଜ୍ଞ ଗଗନଦୀପ କାଙ୍ଗଙ୍କ ଅନୁଯାୟୀ ଚଳିତ ମାସ ମଧ୍ୟରୁ ଶେଷ ସୁଦ୍ଧା ସଂକ୍ରମଣ ମାମଲା ହ୍ରାସ ହେବା ଆରମ୍ଭ ହୋଇଯିବ ।

ABOUT THE AUTHOR

...view details