ଓଡିଶା

odisha

ETV Bharat / bharat

ନିଜକୁ ଆଠ ରାଉଣ୍ଡ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ - CRPF ଯବାନଙ୍କ ଆତ୍ମହତ୍ୟା

CRPF ର ତାଲିମ କେନ୍ଦ୍ରରେ ଯବାନଙ୍କ ଜଘନ୍ୟକାଣ୍ଡ । ଯବାନ ଜଣକ 17 ଘଣ୍ଟା ଧରି ପତ୍ନୀ ଓ ଝିଅକୁ ବନ୍ଧକ ରଖିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ନିଜକୁ ଆଠ ରାଉଣ୍ଡ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ
ନିଜକୁ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ: 17 ଘଣ୍ଟା ଧରି ନିଜ ସହ ପତ୍ନୀ ଓ ଝିଅକୁ ରଖିଥିଲେ ବନ୍ଧକ

By

Published : Jul 11, 2022, 4:27 PM IST

ଜୟପୁର:17 ଘଣ୍ଟା ଧରି ନିଜକୁ, ଝିଅ ଓ ପତ୍ନୀଙ୍କ ସହ ରୁମରେ ବନ୍ଦ ରଖିବା ପରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି CRPF ଯବାନ । ଗତକାଲି (ରବିବାର) ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ର ତାଲିମ କେନ୍ଦ୍ରରେ ଜଣେ ଯବାନ ଏପରି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି । ନିଜକୁ ପରିବାର ସହିତ ବନ୍ଧକ ରଖିବା ପରେ ଯବାନ ଜଣକ ନିଜ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯବାନ ଜଣଙ୍କ ଏପରି କାହିଁକି କଲେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କୌଣସି କାରଣରୁ ସେ ମାନସିକ ଅବସାଦରେ ଥିବା କୁହାଯାଉଛି ।

ନିଜକୁ ଆଠ ରାଉଣ୍ଡ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ

ସୂଚନା ଅନୁସାରେ, ମୃତ CRPF ଜବାନଙ୍କ ନାମ ନରେଶ ଜାଟ ବୋଲି ଜଣାପଡିଛି । ନରେଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯିବ । ନରେଶଙ୍କ ପତ୍ନୀ ଏବଂ ଝିଅ ସୁରକ୍ଷିତ ଥିବା CRPF କହିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏପରି ଅଭବାନୀୟ କାରଣ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ନିଜ କର୍ମକ୍ଷେତ୍ରରେ କୌଣସି କାରଣ ପାଇଁ ଯବାନ ଜଣଙ୍କ ମାନସିକ ଅବସାଦରେ ଥିଲେ । ତେଣୁ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details