ଓଡିଶା

odisha

ETV Bharat / bharat

ଅଭିଯୁକ୍ତକୁ ଏନକାଉଣ୍ଟର, ମୁଣ୍ତ ଉପରେ ଥିଲା 2 ଲକ୍ଷର ପୁରସ୍କାର ରାଶି - ଦୁଷ୍କର୍ମ

ଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କଲା ଏସଟିଏଫ । ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ମୁଣ୍ତ ଉପରେ 2ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ୟୁପି ଓ ହରିୟାଣା ସରକାର । ଅଧିକ ପଢନ୍ତୁ...

Criminal with Rs 2 lakh bounty killed in encounter with UP Police, STF
ଅଭିଯୁକ୍ତକୁ ଏନକାଉଣ୍ଟର, ମୁଣ୍ତ ଉପରେ ଥିଲା 2 ଲକ୍ଷର ପୁରସ୍କାର ରାଶି

By

Published : Jul 8, 2021, 11:38 AM IST

ଲକ୍ଷ୍ନୌ: ଜଣେ ଅଭିଯୁକ୍ତକୁ ଏନକାଉଣ୍ଟର କଲା ଏସଟିଏଫ । ମୃତ୍ୟୁ ବରଣ କରିଥିବା ଅଭିଯୁକ୍ତଙ୍କ ମୁଣ୍ତ ଉପରେ 2ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ୟୁପି ଓ ହରିୟାଣା ସରକାର । ଗୌତମ ବୁଦ୍ଧନଗରରେ ଅଭିଯୁକ୍ତ ଅଜୟକୁ ଏନକାଉଣ୍ଟର ହୋଇଛି । ତା ନାଁରେ 2016 ମସିହାରେ ଲୁଟ ଓ ଦୁଷ୍କର୍ମ ଭଳି ମାମଲା ରହିଥିଲା । ଯାହାର ତଦନ୍ତ ସିବିଆଇ କରୁଥିଲା ବୋଲି ସୂଚନା ମିଳିଛି ।

ଏସଟିଏଫ କହିଛି ଯେ, ଗୌତମ ବୁଦ୍ଧନଗର ପୋଲିସ ଯମୁନା ଏକ୍ସପ୍ରେସ ନଦୀପଠାରେ ଏକ ଏସଟିଏଫ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରୁଥିବା ବେଳେ 2 ଅଭିଯୁକ୍ତ ଏକ ବାଇକରେ ଆସୁଥିଲେ । ପରେ ପୋଲିସ ଉଭୟଙ୍କୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପରେ ପୋଲିସ ଏହାର ପ୍ରତି ଜବାବ ସ୍ବରୂପ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଏଥିରେ ଜଣେ ଅଭିଯୁକ୍ତ ଗୁରୁତର ହୋଇପଡିଥିଲା । କିନ୍ତୁ ତାଙ୍କୁ ଉଦ୍ଧାର କରି ନିତାରୀର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଜୟ ହରିୟାଣାର ରେୱାରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏଡିଜି ଆଗ୍ରା ଜୋନ୍ ଅଭିଯୁକ୍ତଙ୍କ ଉପରେ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବାବେଳେ ହରିୟାଣା ପୋଲିସର ଡିଜି ଆଲିଗଡ ଏବଂ ଡିଜିପି ପ୍ରତ୍ୟେକଙ୍କୁ 50,000 ଟଙ୍କା ନଗଦ ପୁରସ୍କାର ଘୋଷଣା କରାଯାଇଥିଲା । ଏନେଇ ଗୌତମ ବୁଦ୍ଧ ନଗରର ସେକ୍ଟର 20 ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ABOUT THE AUTHOR

...view details