ଓଡିଶା

odisha

ETV Bharat / bharat

ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ - ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା

କୋଭିଡ ପରିଚାଳନାରେ ଅବ୍ୟବସ୍ଥା ପାଇଁ ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ
ଆନ୍ଧ୍ରର 4 କୋଭିଡ ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ

By

Published : May 8, 2021, 1:10 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର 4 ଘରୋଇ ହସ୍ପିଟାଲ ବିରୋଧରେ କୋଭିଡ ପରିଚାଳନା ଅବ୍ୟବସ୍ଥା ପାଇଁ ମାମଲା ରୁଜୁ ହୋଇଛି । ଶୁକ୍ରବାର ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ କାର୍ଯ୍ୟକାରୀ ବିଭାଗର ଅନୁଧ୍ୟାନ ପରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ଉପଯୁକ୍ତ ଚିକିତ୍ସା ଲାଗି ଜାରି ରହିଛି ଅଭିଯାନ । ଫ୍ଲାଇଙ୍ଗ ସ୍କ୍ବାର୍ଡ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପଦ୍ଧତିକୁ ଅନୁଧ୍ୟାନ କରୁଛି । ଗତ ଶୁକ୍ରବାର ସ୍କ୍ବାର୍ଡ ପ୍ରାୟ 15ଟି ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବା ପରେ 4ଟି ଘରୋଇ ହସ୍ପିଟାଲ ବିରୋଧରେ ମାମଲା ରୁଜୁ କରିଛି । ଏହି ହସ୍ପିଟାଲରେ କୋଭିଡ ପରିଚାଳନାରେ ଅବ୍ୟବସ୍ଥା ସହିତ ଆକ୍ରାନ୍ତଙ୍କୁ ସଠିକ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଦେଖିବାକୁ ମିଳିଥିଲା । ପରେ ଏହି 4ଟି ହସ୍ପିଟାଲ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିବା କାର୍ଯ୍ୟକାରୀ ବିଭାଗର ମହାନିର୍ଦ୍ଦେଶକ କେଭି ରାଜେନ୍ଦ୍ରନାଥ ରେଡ୍ଡି କହିଛନ୍ତି ।

ଏହି ହସ୍ପିଟାଲଗୁଡିକରେ ଆକ୍ରାନ୍ତଙ୍କଠାରୁ ଚିକିତ୍ସା ଲାଗି ଅଧିକ ଶୁଳ୍କ ନିଆଯାଉଥିବା ବେଳେ ରେମଡେସିଭିର ଇଞ୍ଜେକସନର ମଧ୍ୟ ମୂଲ୍ୟ ଅଧିକା ରହିଛି । ଏହାସିହତ ଟଙ୍କା ପୈଠ କରିବା ପରେ ବିଲ ଦିଆଯାଉନଥିବା ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।

@ANI

ABOUT THE AUTHOR

...view details