ଓଡିଶା

odisha

ସାମ୍ବାଦିକ ବିମଲ ଯାଦବ ହତ୍ୟା ମାମଲା, ମାଷ୍ଟରମାଇଣ୍ଡ ଗିରଫ

By ETV Bharat Odisha Team

Published : Aug 23, 2023, 4:33 PM IST

ସାମ୍ବାଦିକ ବିମଲ ଯାଦବଙ୍କ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ମାଧବ ଯାଦବ ସମେତ 8 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଧିକ ପଢନ୍ତୁ

8 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
8 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପାଟନା:ବିହାରରେ ସାମ୍ବାଦିକ ବିମଲ ଯାଦବଙ୍କ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ମାଧବ ଯାଦବ ସମେତ 8 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅରରିୟା ସହରର ଖରୈୟା ବସ୍ତିରୁ ମୁଖ୍ୟ ଅଭିଯୁକ୍ତ ମାଧବକୁ ଗିରଫ କରାଯାଇଛି । ତେବେ ମାଧବ କୋର୍ଟରେ ଆତ୍ମସମର୍ପଣ କରିବ ବୋଲି କୁହାଯାଉଥିଲା। ହେଲେ ଏହା ପୂର୍ବରୁ ହିଁ ପୋଲିସ ତାକୁ ଗିରଫ କରିଛି ।

ତେବେ ଗତ 22 ତାରିଖରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିଲା । ନେପାଳ ସୀମାବର୍ତ୍ତୀ ଜୋଗବନୀ ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ଅର୍ଜୁନ ଶର୍ମା । ଏହାସହ ପୂର୍ବରୁ ଅର୍ଜୁନକୁ ମିଶାଇ ମୋଟ 4 ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ପୂର୍ବରୁ 2 ଜଣ ଜେଲ୍‌ରେ ଥିବାବେଳେ ଗତକାଲି ଅର୍ଜୁନକୁ ଗିରଫ କରିଛି ପୋଲିସ । ଏହାସହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଧବକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ୟୁପି-ବିହାର ପରି ଭୁବନେଶ୍ୱରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

ସାମ୍ବାଦିକ ବିମଲଙ୍କୁ ହତ୍ୟା କରିବାକୁ ଜେଲ ଭିତରେ ରହି ଷଡ଼ଯନ୍ତ୍ର ରଚିଥିଲେ 2 ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଜଣେ ସୁପୋଲ ଜେଲରେ ବନ୍ଦ ଥିବାବେଳେ ଅନ୍ୟ ଜଣେ ଅରରିୟା ଜେଲରେ ଥିଲା । ଗତ 18 ତାରିଖରେ ରାଣୀଗଞ୍ଜଠାରେ ସାମ୍ବାଦିକ ବିମଲ ଯାଦବଙ୍କ ଘରେ ପଶି ତାଙ୍କୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆଉ ଘଟଣାସ୍ଥଳରେ ଟଳି ପଡିଥିଲେ ବିମଲ । ଏନେଇ ବିମଲଙ୍କ ବାପା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦର୍ଶାଇ 8 ଜଣଙ୍କ ନାଁ ଏତଲାରେ ଉଲ୍ଲେଖ କରିଥିଲେ । ଏନେଇ ଏକ ମାମଲା ରୁଜୁ କରି ପୋଲିସ ଛାନଭିନ କରିବା ସହ ପ୍ରଥମେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଅନ୍ୟ 2 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ, 2019 ମସିହାରେ ବିମଲଙ୍କ ଭାଇ ଗବବୁ ଯାଦବଙ୍କର ମଧ୍ୟ ହତ୍ଯା କରାଯାଇଥିଲା । ବିମଲ ନିଜ ଭାଇଙ୍କ ହତ୍ୟାକାଣ୍ଡର ଏକ ମାତ୍ର ସାକ୍ଷୀ ରହିଥିଲେ । ଯାହାକୁ ନେଇ ସେ ମଧ୍ୟ ଦୀର୍ଘ ଦିନ ଧରି ଅପରାଧୀଙ୍କ ଟାର୍ଗେଟରେ ରହି ଆସିଥିଲେ । ଆଉ ଶେଷରେ ବିମଲଙ୍କୁ ମଧ୍ୟ ହତ୍ୟା କରାଯାଇଛି । ତେବେ ସାକ୍ଷ ରହିଥିବା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଥିଲେ ସୁଦ୍ଧା ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସାମ୍ବାଦିକଙ୍କ ହତ୍ୟା ପରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ ହୋଇପଡିଥିବା କୁହାଯାଉଛି । ଏହାକୁ ନେଇ ନୀତିଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ABOUT THE AUTHOR

...view details