ଲକ୍ଷ୍ନୌ: କରୋନାର କରୁଣ କାହାଣୀ । ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ନମିଳିବାରୁ ବାହାରେ ମୃତଦେହ ଛାଡି ପଳାଇଲେ ପରିବାର । ଶେଷରେ ଅନ୍ତିମ ସଂସ୍କାର କରିଛନ୍ତି ସଫେଇ କର୍ମଚାରୀ । ଲକ୍ଷ୍ନୌରେ ଏବେ କୋରୋନା ସଂକ୍ରମଣ ବଢୁଥିବାବେଳେ ମୃତଦେହ ସଂସ୍କାର ପାଇଁ ଭିଡ ଜମୁଛି । ପ୍ରତିଦିନ 60ରୁ ଅଧିକଙ୍କ ଚିତା ଜଳୁଥିବା ବେଳେ ବନ୍ଧୁ ପରିଜନ ଘଣ୍ଟାଘଣ୍ଟା ମୃତଦେହ ଧରି ଅପେକ୍ଷା କରୁଛନ୍ତି ।
ଶ୍ମଶାନ ସଙ୍କଟ, ଜାଗା ନ ମିଳିବାରୁ ମୃତଦେହ ଛାଡି ପଳାଇଲେ ପରିବାର
ଶ୍ମଶାନରେ ଲିଭୁନି ନିଆଁ, ମୃତଦେହ ସଂସ୍କାର ପାଇଁ ଲାଗୁଛି ଲମ୍ବା ଲାଇନ । ତେବେ ଜାଗା ନମିଳିବାରୁ ଶ୍ମଶାନ ବାହାରେ ମୃତଦେହ ଛାଡି ପଳାଉଛନ୍ତି ପରିବାର । ଅଧିକ ପଢନ୍ତୁ...
ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା : ମୃତ ଦେହ ଛାଡି ପଳାଇଲେ ପରିବାର ଲୋକେ
ଗତ ସନ୍ଧ୍ୟାରେ କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଗୋରଖପୁରରୁ କିଛି ଲୋକ ଲକ୍ଷ୍ମୌ ଆସିଥିଲେ । କିନ୍ତୁ ଶ୍ମଶାନରେ ଜାଗା ନଥିବାରୁ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । ହେଲେ ସେମାନେ ଅପେକ୍ଷା ନକରି ମୃତଦେହ ଛାଡି ଚାଲିଯାଇଥିଲେ । ଏହାପରେ ବାଧ୍ୟ ହୋଇ ଜଣେ ସଫେଇ କର୍ମଚାରୀ ଓ ପଣ୍ଡିତ ମିଶି ମୃତଦେହର ଅନ୍ତିମ ସଂସ୍କାର କରିଥିଲେ ।
Last Updated : Apr 18, 2021, 4:42 PM IST