ଓଡିଶା

odisha

By

Published : May 16, 2021, 9:52 PM IST

ETV Bharat / bharat

କୋଭିଡ ଦ୍ବିତୀୟ ଡୋଜର ଅପେକ୍ଷାରେ କି? କୋୱିନ ପୋର୍ଟାଲରେ ହେଲା ପରିବର୍ତ୍ତନ

ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କୋୱିନ ଆପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଦ୍ବିତୀୟ ଡୋଜ ପାଇଁ ପୂର୍ବରୁ ନିଆଯାଇଥିବା ସମୟ(ଆପୋଏଣ୍ଟମେଣ୍ଟ) ବୈଧ ରହିବ । ଅଧିକ ପଢନ୍ତୁ...

କୋଭିଡ ଦ୍ବିତୀୟ ଡୋଜର ଅପେକ୍ଷାରେ କି ? କୋୱିନ ପୋର୍ଟାଲରେ ହେଲା ପରିବର୍ତ୍ତନ
କୋଭିଡ ଦ୍ବିତୀୟ ଡୋଜର ଅପେକ୍ଷାରେ କି ? କୋୱିନ ପୋର୍ଟାଲରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: କୋରୋନା ଟୀକାକରଣ ମଧ୍ୟରେ କୋୱିନ ଆପ୍‌ରେ ପରିବର୍ତ୍ତନ । ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ପୂର୍ବରୁ ନିଆଯାଇଥିବା ସମୟ(ଆପୋଏଣ୍ଟମେଣ୍ଟ) ବୈଧ ରହିବ । ଏହା କୋୱିନ ଆପରେ ରଦ୍ଧ ହେବ ନାହିଁ ।

ପୋର୍ଟାଲରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି । ଫଳସସ୍ବରୂପ, ପ୍ରଥମ ଡୋଜ ନେବା ପରେ, ଜଣେ ବ୍ୟକ୍ତି 84 ଦିନରୁ କମ ସମୟ ମଧ୍ୟରେ ଅନଲାଇନରେ ଆପୋଏଣ୍ଟମେଣ୍ଟ ପାଇପାରିବେ ନାହିଁ । ମେ 13ରେ, କେନ୍ଦ୍ର କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ ମଧ୍ୟରେ ସମୟ ବ୍ୟବଧାନ 12-16 ସପ୍ତାହକୁ ବୃଦ୍ଧି କରିଥିଲା ​​।

ମନ୍ତ୍ରଣାଳୟ କହିଛି, ଏହି ପରିବର୍ତ୍ତନ ସମ୍ପର୍କରେ ଭାରତ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦେଇଛନ୍ତି । କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ନେବା ପାଇଁ 12-16 ସପ୍ତାହ ବ୍ୟବଧାନକୁ ଦୃଷ୍ଟିରେ ରଖି କୋୱିନ ପୋର୍ଟାଲରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି ।

ABOUT THE AUTHOR

...view details