ଓଡିଶା

odisha

ETV Bharat / bharat

ବାର ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମହଜୁଦ ରହିଛି Covovax: ଆଦର ପୁନୱାଲା - ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା

୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା । ଏନେଇ ଟ୍ବିଟକରି ସୂଟନା ଦେଇଛନ୍ତି ସେରମ CEO । ଅଧିକ ପଢନ୍ତୁ

୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା: ଆଦର ପୁନାୱାଲା
୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମହଜୁଦ ଅଛି କୋଭୋଭାକ୍ସ ଟିକା: ଆଦର ପୁନାୱାଲା

By

Published : May 5, 2022, 2:58 PM IST

ମହାରାଷ୍ଟ୍ର: କୋଭୋଭାକ୍ସ ଟିକାକୁ ନେଇ ଭାରତୀୟଙ୍କ ମଧ୍ୟରେ ରହିଥିହା ଦ୍ବନ୍ଦକୁ ଦୂର କରିଛନ୍ତି ସେରମ CEO । କୋଭୋଭାକ୍ସ ଟିକା କେଉଁ ବର୍ଗର ଲୋକଙ୍କୁ ଦିଆଯିବ ସେନେଇ ସ୍ପଷ୍ଟ କରିଛନ୍ତି ଆଦର ପୁନୱାଲା । ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକା ମହଜୁଦ ଥିବା ଟ୍ବିଟକରି ସୂଟନା ଦେଇଛନ୍ତି ସେରମ CEO ।

ଆଦର ପୁନାୱାଲା ଟ୍ବିଟ ଯୋଗେ କହିଛନ୍ତି ଯେ, "ଭାରତରେ କୋଭୋଭାକ୍ସ ଟିକା ମହଜୁଦ ରହିଛି । ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକାକରଣ ପାଇଁ କୋଭୋଭାକ୍ସ ଟିକା ଯଥେଷ୍ଟ ପରିମାଣର ରହିଛି । ବୟସ୍କ ଓ ୧୨ ବର୍ଷଠୁ ଅଧିକ ପିଲାଙ୍କୁ ଦିଆଯିବ ଏହି କୋଭିଡ ଟିକା ।"

ସେ ଗତ ସପ୍ତାହରେ ଏକ ଟ୍ବିଟକରି କହିଥିଲେ ଯେ, "ଭାରତରେ ଉତ୍ପାଦିତ ଏହି ଟିକା ଯାହା ୟୁରୋପରେ ମଧ୍ୟ ବିକ୍ରି ହୁଏ ଏବଂ ଏହାର ପ୍ରଭାବ ୯୦ ପ୍ରତିଶତ ରହିଛି । ପିଲାଙ୍କୁ ଟିକା ଦେଇ କୋଭିଡରୁ ସୁରକ୍ଷିତ ରଖିବା ପାଇଁ ଏହା ଆମ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଭିଜନ।"

ଏନେଇ କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଏବଂ ନ୍ୟାସନାଲ ଟେକନିକାଲ ଆଡଭାଇଜରି ଗ୍ରୁପ ଅଫ ଇମୁନାଇଜେସନ (NTAGI) ଅନୁମତି ମଧ୍ୟ ମିଳିଥିଲା । ୨୦୨୧ ଡିସେମ୍ବର ମାସରେ ସରକାର ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କୋଭୋଭାକ୍ସ ଟିକାକୁ ଅନୁମତି ଦେଇଥିଲେ ।

ସୂଚନା ଅନୁସାରେ, ଏନେକ ଲୋକ ଟ୍ବିଟକରି ଅଭିଯୋଗ କରିଥିଲେ ଯେ Cowin ପୋର୍ଟାଲରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ଉପଲବ୍ଧି ଦେଖାଉନାହିଁ । ଅନେକ ଲୋକ ସ୍କ୍ରିନସଟ ନେଇ ଟ୍ବିଟ୍‌କରି ଅଭିଯୋଗ କରିଥିଲେ ଯେ, କୋଭିସିଲ୍ଡ, କୋଭାକ୍ସିନ, ସ୍ପୁନଟିକ ଟିକାର ଉପଲବ୍ଧି ଦର୍ଶାଉଥିଲେ ସୁଦ୍ଧା କୋଭୋଭାକ୍ସ ଟିକାର ଉପଲବ୍ଧି ଦର୍ଶାଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details