ଓଡିଶା

odisha

ETV Bharat / bharat

ଚିନ୍ତା ବଢାଇଲା Covid19 New Variant B.1.1529, ଯୁବପୀଢିଙ୍କୁ କରୁଛି ସଂକ୍ରମଣ - Covid19 New Variant Latest news

ଦକ୍ଷିଣ ଆଫ୍ରିକାରେ କୋରୋନା ଭାଇରସର ନୂଆ ଭାରିଆଣ୍ଟ (Covid19 New Variant) ଚିହ୍ନଟ ହୋଇଛ । ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ B.1.1529 । ଏହା ବିଶେଷ କରି ଯୁବ ପୀଢିଙ୍କୁ ସଂକ୍ରମଣ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

Covid19 New Variant
ଚିନ୍ତା ବଢାଇଲା Covid19 New Variant B.1.1529, ଯୁବପୀଢିଙ୍କୁ କରୁଛି ସଂକ୍ରମଣ

By

Published : Nov 26, 2021, 3:42 PM IST

ନୂଆଦିଲ୍ଲୀ: ପୁଣି କୋରୋନା ଭାଇରସର ନୂତନ ଭାରିଏଣ୍ଟ (Covid19 New Variant) ଚିହ୍ନଟ ସାରା ବିଶ୍ବର ଚିନ୍ତା ବଢାଇଛି । ଦକ୍ଷିଣ ଆଫ୍ରିକାରେ କୋରୋନା ଭାଇରସର ନୂଆ ଭାରିଆଣ୍ଟ (Covid19 New Variant) ଚିହ୍ନଟ ହୋଇଛ । ଚିହ୍ନଟ ହୋଇଥିବା କୋରୋନା ଭାଇରସର ନୂଆ ଭେରିଆଣ୍ଟ B.1.1529 ନାମ ଦିଆଯାଇଛି । ଏହା ବିଶେଷ କରି ଯୁବପୀଢିଙ୍କୁ ସଂକ୍ରମଣ କରୁଥିବା ଜଣାପଡିଛି ।

କୋରୋନା ଭାଇରସର ନୂତନ ଭେରିଆଣ୍ଟ B.1.1529 ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରାଯାଇଛି । ଏହି ନୂତନ ଭାଇରସ ଦକ୍ଷିଣ ଆଫ୍ରିକାରେ ୬ ଟି ଚିହ୍ନଟ ହୋଇଥିବାବେଳେ Bostwana 3 ଓ Hongkong 1 ରେ ଚିହ୍ନଟ ହୋଇଛି। ବିଶେଷ କରି ଯୁବପିଢୀଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ସଂକ୍ରମଣ ହେଉଥିବା ଜଣାପଡିଛି । ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗା (Gauteng) ପ୍ରଦେଶରେ ଯୁବପୀଢିଙ୍କ ଠାରେ ଅଧିକ ଲକ୍ଷଣ ଦେଖାଯାଉଥିବା ଜଣାପଡିଛି । ଲଗାତାର ଭାବରେ ମ୍ୟୁଟାଣ୍ଟରେ ପରିବର୍ତ୍ତନ କରୁଥିବ ଏହି ଭାଇରସ ବୈଜ୍ଞାନିକଙ୍କ ଚିନ୍ତ ବଢାଇଦେଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବ କୋରୋନା ଭାଇରସର ଏହି ନୂତନ ଭାରିଆଣ୍ଟ ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ଦେଖାଦେଇଛି । ସୂଚନାଥାଉକି କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ବେଳେ ଡେଲ୍ଟା ଓ ଡେଲ୍ଟା ପ୍ଲସ ଭାରିଆଣ୍ଟ ମ୍ୟୁଟାଣ୍ଟରେ ପରିବର୍ତ୍ତନ କରି ଘାତକ ସାବ୍ୟସ୍ତ ହୋଇଥିଲା ଏବଂ ବହୁ ଲୋକଙ୍କ ଜୀବନ ନେଇଥିଲା ।

କୋରୋନାର ନୂତନ ଭେରିଆଣ୍ଟ ଚିହ୍ନଟ ପରେ ସାରା ବିଶ୍ବରେ ବିଭିନ୍ନ ଦେଶର କଟକଣା ଜାରି କରାଯାଇଛି । ଏହାକୁ ନଜରରେ ରଖି ଭାରତରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋରୋରନା ନୂଆ ଭେରିଆଣ୍ଟକୁ ନେଇ କଟକଣା ଜାରି କରିଛନ୍ତି । ବିଶ୍ବର ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚକୁ କଡାକଡି ସହ ରାପିଡ୍ ଟେଷ୍ଟିଂ ପାଇଁ ମଧ୍ୟ କଟକଣାଜାରୀ କରାଯାଇଛି। କୋରୋନାର ନୂଆ ଭେରିଆଣ୍ଟ ପ୍ରତି ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କଟକଣା ଜାରୀ କରାଯାଇଛି । ସେପଟେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ମଧ୍ୟ ଟେକ୍ନିକାଲ ଉପଦେଷ୍ଟା କମିଟିର ଜରୁରୀ ବୈଠକ ଡାକିଛି । ଏହି ବୈଠକରେ ନୂତନ ଭେରିଆଣ୍ଟକୁ ନେଇ ଆଲୋଚନା କରାଯିବ ।

ABOUT THE AUTHOR

...view details