ଓଡିଶା

odisha

By

Published : Jan 13, 2021, 5:28 PM IST

ETV Bharat / bharat

କାଶ୍ମୀରର ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବ ଏୟାରଲିଫ୍ଟ

ଜାମ୍ମୁକାଶ୍ମୀରରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ସଡକ ସୁବୁଧା ନଥିବା ବେଳେ ଉକ୍ତ ଉଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଏୟାର ଲିଫ୍ଟର ସାହାଯ୍ୟ ନିଆଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କଶ୍ମୀରର ଉପାାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଆରମ୍ଭ ହେବ ଏୟାରଲିଫ୍ଟ
କଶ୍ମୀରର ଉପାାନ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଆରମ୍ଭ ହେବ ଏୟାରଲିଫ୍ଟ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ସଡକ ସୁବୁଧା ନଥିବା ବେଳେ ଉକ୍ତ ଉଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଏୟାର ଲିଫ୍ଟର ସାହାଯ୍ୟ ନିଆଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତାମାନ ଶୀତ ରୁତୁ ଚାଲିଥିବା ବେଳେ କେନ୍ଦ୍ର ଶାଷିତ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରବଲ ତୁଷାରପାତ ଆରମ୍ଭ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଉକ୍ତ ଅଞ୍ଚଳରେ ବର୍ତ୍ତାମାନ ଟିକା ପହଞ୍ଚାଇବା ବର୍ତ୍ତାମାନ ସୁଦ୍ଧା ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି ।

ତେବେ ସ୍ଥାନୀୟ ପ୍ରଶାସନ ପାଇଁ ଏହା ଚିନ୍ତାର କରାଣ ହୋଇଥିବା ବେଳେ ଉକ୍ତ ଅଞ୍ଚଳକୁ ଟିକା ଯୋଗାଇବାର ଏକ ମାତ୍ର ବିକଳ୍ପ ଏବେ ଏୟାରଲିଫ୍ଟ । ତେଣୁ ଚପର ମାଧ୍ୟମରେ ଉକ୍ତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି । ବିଶେଷ କରି ବିନ୍ଦିପୁରା , କୁପଓ୍ବାରା ,କିଶିତଓ୍ବାର ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ଥିବା ବେଳେ ଉକ୍ତ ଅଞ୍ଚଳରେ ଚପର ଯୋଗେ ଟିକା ପହଞ୍ଚାଇବା ପାଇଁ ପ୍ରାଥମିକ ଭାବେ ସ୍ଥିର କରିଛି ପ୍ରଶାସନ ।

ଆଗାମୀ 2 ଦିନ ମଧ୍ୟରେ 1.5 ଲକ୍ଷ କୋଭିସିଲ୍ଡ ଟିକା ପ୍ରାଥମିକ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର ।ଏହି ଟିକା ସିଧା ପୁଣେରୁ ସିଧା ସଳଖ ଭାବେ ଶ୍ରୀନଗରକୁ ବିମାନ ଦ୍ବାରା ପହଞ୍ଚାଯିବ । ସେଠାରେ ବଭିନ୍ନ ଅଞ୍ଚଳକୁ ହେଲିକପ୍ଟର ଯୋଗେ ପହଞ୍ଚାଇବା ସ୍ଥାନୀୟ ପ୍ରଶାସନ ଲକ୍ଷ ରଖିଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣରେ ଜମ୍ମୁକାଶ୍ମୀରର 3 ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏହି ଟିକା କରଣ ଅଭିଯାନକୁ ଜମ୍ମୁର ଉପରାଜ୍ୟପାଳ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details