ବେଙ୍ଗାଲୁରୁ:ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ । କର୍ଣ୍ଣାଟକ ବେଲାଗଭି ପୋଲିସ ବୈଠକ ଆୟୋଜିତ କରିଥିବା 6 ଜଣଙ୍କ ବିରୁଦ୍ଧରେ FIR ଦାଖଲ କରିଛି ।
ଗତକାଲି(ଶୁକ୍ରବାର) ବେଲଗାଭି ପୋଲିସ କମିଶନର ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରି କହିଛନ୍ତି ଯେ ଉକ୍ତ ସଭାର ଆୟୋଜନ କରିଥିବା 6 ଜଣଙ୍କ ବିରୁଦ୍ଧରେ FIR ଦାୟର କରାଯାଇଛି । ସୂଚନାଥାଉ କି, ଗତ ଜାନୁୟାରୀରେ ଏହି ବୈଠକ ବସିଥିଲା । ଏହାର 5 ମାସ ପରେ ଜୁନ୍ 14 ତାରିଖ ଦିନ 6 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ସରକାରୀ ଓକିଲାମାନେ ମୁଖ୍ୟ ବିଚାରପତି ଏଏସ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ପାଇଁ ଆଫିଡେଭିିଟ ଦାଖଲ କରିଛନ୍ତି । ଯିଏ କି ଜନହିତ ପିଟିସନ ଉପରେ ଶୁଣାଣି କରୁଛନ୍ତି ।