ଓଡିଶା

odisha

ETV Bharat / bharat

Covid Impact: ମହାମାରୀ ମାଡରେ ବିଶ୍ବବ୍ୟାପୀ 50 କୋଟି ଦାରିଦ୍ରର ଶିକାର !

କୋଭିଡ ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଛି ବିଶ୍ବ ଅର୍ଥନୀତି । ହ୍ରାସ ପାଇଛି ବିଶ୍ବର 2ଦଶନ୍ଧିର ବିକାଶ ହାର । ବିଶ୍ବ ବ୍ୟାଙ୍କ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ସର୍ବେକ୍ଷଣରେ ମିଳିଲା ତଥ୍ୟ । ଅଧିକ ପଢନ୍ତୁ

କୋଭିଡ ମହାମାରୀରେ ଅଧା ମିଲିୟନ ବିଶ୍ବବାସୀ ହୋଇଛନ୍ତି ଦାରିଦ୍ରର ଶିକାର
କୋଭିଡ ମହାମାରୀରେ ଅଧା ମିଲିୟନ ବିଶ୍ବବାସୀ ହୋଇଛନ୍ତି ଦାରିଦ୍ରର ଶିକାର

By

Published : Dec 13, 2021, 5:27 PM IST

ନୂଆଦିଲ୍ଲୀ: କୋଭିଡ ମହାମାରୀ କେବଳ ବିଶ୍ବବାସୀଙ୍କ ପ୍ରାଣହାନୀ କରି ଆତଙ୍କ ସୃଷ୍ଟି କରିଛି ତାହା ନୁହେଁ, ବିଶ୍ବ ଅର୍ଥନୀତିରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କୋଭିଡ ସମୟରେ ଅର୍ଥନୀତି ପ୍ରଭାବିତ ହେବାକୁ ନେଇ ଉଦବେଗଜନକ ତଥ୍ୟ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ବ ବ୍ୟାଙ୍କ । ବିଶ୍ବ ଅର୍ଥନୀତିର ପ୍ରାୟ 2ଦଶନ୍ଧିର ବିକାଶର ହାରକୁ ପ୍ରଭାବିତ କରିଛି କୋଭିଡ ମହାମାରୀ।

ଏହି ପରିସଂଖ୍ୟାନକୁ ହିସାବକୁ ନେଲେ ସମଗ୍ର ବିଶ୍ବରେ ପ୍ରାୟ ଅଧା ବିଲିୟନ ଲୋକସଂଖ୍ୟା ତଥା ପ୍ରାୟ 50 କୋଟି ଲୋକ ପୁଣି ଥରେ ଦାରିଦ୍ର ସୀମାରେଖା ତଳକୁ ଖସିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ସାରା ବିଶ୍ବର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢିକରଣ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କିତ କାର୍ଯ୍ୟ ପ୍ରଭାବିତ ହୋଇଛି । ସ୍ବାସ୍ଥ୍ୟସେବା ସମ୍ପର୍କିତ ଖର୍ଚ୍ଚ ପାଇଁ ବ୍ୟକ୍ତିଗତ ଆୟର ପ୍ରାୟ 10 ପ୍ରତିଶତ ବା ପରିବାରର ହାଉସହୋଲ୍ଡ ବଜେଟର ପ୍ରାୟ 10 ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଲୋକେ ବାଧ୍ୟ ହୋଇଛନ୍ତି ।

ସେହିପରି କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନରେ ଲୋକେ କର୍ମସଂସ୍ଥାନ ଓ ନିଯୁକ୍ତି ହରାଇ ବେରୋଜଗାର ହୋଇଛନ୍ତି । ଯାହା ବିଶେଷ ଭାବେ ଅର୍ଥନୀତିକୁ ପ୍ରଭାବି କରିଛି । 1930 ପରେ ସବୁଠୁ ବଡ ଆର୍ଥିକ ସଂଙ୍କଟ ଏହି ମହାମାରୀ ସମୟରେ ଦେଖିବାକୁ ମିଳିଛି ବୋଲି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥିତି ସୁଧୁରି ନଥିବାବେଳେ କେବେ ଅର୍ଥନୀତି ସମ୍ପୂର୍ଣ୍ଣ ସ୍ବାଭାବିକ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details