ଓଡିଶା

odisha

ETV Bharat / bharat

କୋରୋନା ନେଇଛି 2903 ରେଳ କର୍ମଚାରୀଙ୍କ ଜୀବନ

କୋରୋନା ନେଇଛି 2903 ରେଳ କର୍ମଚାରୀଙ୍କ ଜୀବନ । ଏନେଇ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ...

By

Published : Jul 23, 2021, 8:30 PM IST

କୋରୋନା ନେଇଛି 2903 ରେଳ କର୍ମଚାରୀଙ୍କ ଜୀବନ
କୋରୋନା ନେଇଛି 2903 ରେଳ କର୍ମଚାରୀଙ୍କ ଜୀବନ

ନୂଆଦିଲ୍ଲୀ: କୋରୋନା ଯୋଗୁଁ 2,903 ରେଳ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏନେଇ ଶୁକ୍ରବାର ସଂସଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରେଳବାଇର ଏକ ନୀତି ଅନୁଯାୟୀ ଯେଉଁମାନେ ଡ୍ୟୁଟି ସମୟରେ ପ୍ରାଣ ହରାଇବା, ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ମେଡିକାଲରେ ଅକ୍ଷମ ଅଟନ୍ତି । ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ସମାଧାନ କରାଯାଇଛି । ଏହା ସହ ରେଳବାଇ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ କୋରୋନାରେ ଜୀବନ ହରାଇଥିବା ପରିବାରକୁ ପୁନଃଥଇଥାନ ଗ୍ରାଉଣ୍ଡରେ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । କୋରୋନା ଯୋଗୁଁ ରେଳବାଇର ମୋଟ 2,903 ମୃତ୍ୟୁ ମଧ୍ୟରୁ 1,732 ମାମଲାରେ ପୁନଃଥଇଥାନ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେହିପରି ରେଳବାଇରେ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସମସ୍ତ ରେଳ କର୍ମଚାରୀଙ୍କୁ ଟୀକାକରଣର ବ୍ୟବସ୍ଥା କରାଯାଇଛି । ସେହିପରି ରେଳବାଇରେ 8,63,868 ରେଳ କର୍ମଚାରୀଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଥିବାବେଳେ 2,34,184 କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି ।

ABOUT THE AUTHOR

...view details