ଓଡିଶା

odisha

ଦିଲ୍ଲୀରେ ୩ ଦିନରେ ତିନି ଗୁଣା ସଂକ୍ରମଣ ବୃଦ୍ଧି

By

Published : Jan 2, 2022, 5:57 PM IST

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ନିୟମିତ ସଂକ୍ରମଣ ବୃଦ୍ଧି ପାଉଛି ହେଲେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

covid case increased three times in just three days in delhi
ଦିଲ୍ଲୀରେ ୩ ଦିନରେ ତିନି ଗୁଣା ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ନିୟମିତ ସଂକ୍ରମଣ ବୃଦ୍ଧି ପାଉଛି ହେଲେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଆମକୁ ଦାୟିତ୍ବର ସହ ସମସ୍ତଙ୍କୁ ମିଶି ସତର୍କତା ଅବଲମ୍ବନ କରିବାକୁ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଏହା ମଧ୍ୟ କହିଛନ୍ତି ଦିଲ୍ଲୀରେ ୩୭ ହଜାର ଅକ୍ସିଜେନ ବେଡ ପ୍ରସ୍ତୁତ ଅଛି । ହେଲେ ସେଥି ମଧ୍ୟରୁ ୮୨ ଜଣଙ୍କ କ୍ଷେତ୍ରରେ ଏହା ବ୍ୟବହାର ହୋଇଛି ।

ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ କହିଛନ୍ତି ଆମକୁ ମାସ୍କ ପିନ୍ଧିବା ସହ କୋଭିଡ ନିୟମକୁ ମାନିବାକୁ ପଡ଼ିବ । ତିନି ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଗୁଣା ବୃଦ୍ଧି ପାଇଛି ।

ବର୍ତ୍ତମାନ ଦିଲ୍ଲୀରେ କରୋନା ସକ୍ରିୟଙ୍କ ସଂଖ୍ୟା ୬୩୬୦ ଥିବାବେଳେ ଆଜି ୩୧୦୦ କରୋନା କେସ ଆସିବାର ସମ୍ଭାବନା ରହିଛି ବୋଲି କେଜ୍ରିୱାଲ କହିଛନ୍ତି ।

୨୯ ଡିସେମ୍ବରରେ ୨୬୨ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ୮୨ ଜଣଙ୍କୁ ଅକ୍ସିଜେନ ଲଗା ଯାଇଥିଲା । ଏଥିରୁ ଜଣା ପଡ଼ୁଛି ଯେ ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ହସ୍ପିଟାଲ ଓ ଅକ୍ସିଜେନର ଆବଶ୍ୟକ ପଡ଼ୁନାହିଁ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ କମ୍ ଲକ୍ଷଣ ଦେଖିବାକୁ ମିଳୁଛି । ତେଣୁ ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କୌଣସି ପ୍ରକାର ଜରୁରୀ ପରିସ୍ଥିତି ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

@ANI

ABOUT THE AUTHOR

...view details