ଜୟପୁର:ଦେଶରେ ବଢୁଛି ମହାମାରୀର ପ୍ରକୋପ । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ନେଇଛନ୍ତି ବଡ ନିଷ୍ପତି । ଆଜିଠାରୁ ରାଜସ୍ଥାନରେ ଆରମ୍ଭ ହେବ ରାତ୍ରୀକାଳିନ କର୍ଫ୍ୟୁ । ରାତି 8ଟାରୁ ସକାଳ 6 ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କର୍ଫ୍ୟୁ ସମୟରେ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡିକରେ ବସିକି ଖାଇପାରିବେନି ଗ୍ରାହକ । କିନ୍ତୁ ହୋମ ଡେଲିଭରି କାର୍ଯ୍ୟ ହୋଟେଲ ଗୁଡିକ ପକ୍ଷରୁ ଚାଲିପାରିବ । ସଂକ୍ରମଣକୁ ରୋକିବା ପାଇଁ ସୁଇମିଂ ପୁଲ ଓ ମଲ୍ଟିପ୍ଲେକ୍ସଗୁଡିକ ବନ୍ଦ ରହିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ବାରମ୍ବାର ସାନିଟାଇଜ କରିବାକୁ କୁହାଯାଇଛି ।
ଆଜିଠୁ ରାଜସ୍ଥାନରେ ନାଇଟ କର୍ଫ୍ୟୁ
ଆଜିଠୁ ରାଜସ୍ଥାନରେ ନାଇଟ କର୍ଫ୍ୟୁ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ । ଅଧିକ ପଢନ୍ତୁ...
ଆଗକୁ ଟୀକାକରଣକୁ ମଧ୍ୟ ବୃଦ୍ଧି କରାଯିବା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏପ୍ରିଲ 5 ରୁ 19 ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ଅନ୍ତିମ ବର୍ଷର ଛାତ୍ରମାନଙ୍କୁ ଛାଡି କଲେଜ କ୍ଲାସ୍ ଏହି ଅବଧି ମଧ୍ୟରେ ବନ୍ଦ ରହିବ । କିନ୍ତୁ ଛାତ୍ରମାନେ ପୂର୍ବ ସୂଚୀ ଅନୁସାରେ ସେମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ | ପୂର୍ବପରି ନର୍ସିଂ ଏବଂ ମେଡିକାଲ କଲେଜଗୁଡ଼ିକ ଚାଲୁ ରହିବ । ଏହାସହ ସାମାଜିକ ସମାବେଶ , ସଭା ଓ ସମିତିରେ 100ରୁ ଅଧିକ ଲୋକେ ଏକାଠି ହୋଇ ପାରିବେନି । ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ କାରାଯାଇଛି । ତେବେ, ଗତ 24 ଘଣ୍ଚା ମଧ୍ୟରେ ରାଜସ୍ଥାନରେ 1729 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 39 ହଜାର 325କୁ ବୃଦ୍ଦି ହୋଇଥିବା ବଳେ 2829 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।