ନୂଆଦିଲ୍ଲୀ: କୋରୋନା ମହାମାରୀ ସହିତ ଲଢେଇ କରୁଛି ଭାରତ । ଏହି ଲଢେଇରେ ଭାରତକୁ ବଢିଛି ସହାୟତାର ହାତ । ଗୁରୁବାର ରାତିରେ ହଂକଂରୁ 300 ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି ।
ହଂକଂ ଯୋଗାଇଥିବା ସାମଗ୍ରୀ ଭାରତକୁ ସହାୟତା ଯୋଗାଇବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ଟ୍ବିଟ କରି କହିଛନ୍ତି । ବିଶ୍ବ ସହଯୋଗ ରଣନୀତି ଆରମ୍ଭ ହୋଇଛି । ଇଣ୍ଡିଗୋ ଏୟାର ବିମାନରେ ହଂକଂ ରୁ 300 ଅସ୍କିଜେନ କନସେନଟ୍ରେଟର ଓ ଅନ୍ୟାନ ମେଡିକାଲ ଉପକରଣ ଦିଲ୍ଲୀରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।