ନୂଆଦିଲ୍ଲୀ: ସ୍ବଦେଶୀ ଟିକାକୁ ଅସ୍ତ୍ର କରି ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଛି ଭାରତ । ଏହାରି ମଧ୍ୟରେ ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଆମେରିକାରୁ ଲାଗିଛି ଝଟକା । ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ଏଫଡିଏ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତିକୁ କରିଛି ଖାରଜ ।
ଭାରତୀୟ ଭ୍ୟାକ୍ସିନର ବ୍ୟବହାର ମଞ୍ଜୁରୀ ହାସଲ କରିବା ପାଇଁ ଅତିରିକ୍ତ ରିପୋର୍ଟ ସହ ଜୈବିକ ଲାଇସେନ୍ସ ଆବେଦନ(ବିଏଲଏ)କୁ ଅନୁରୋଧ ଏଫଡିଏ ଆମେରିକାର ସହଯୋଗୀ ଓକ୍ୟୁଜେନ ଇଙ୍କକୁ ପରାମର୍ଶ ଦେଇଛି । ଏଭଳି ସ୍ଥିତିରେ କୋଭାକ୍ସିନକୁ ଆମେରିକାରୁ ମଞ୍ଜୁରୀ ମିଳିବାକୁ ଆକୁ କିଛି ଦିନ ସମୟ ଲାଗିପାରେ ।