ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଫେଜ-3 ଟ୍ରାଏଲକୁ ନେଇ ବଡ ଘୋଷଣା କରିଛି । ଆଣ୍ଟି କୋଭିଡ ଟିକାର ଫେଜ 3 ଟ୍ରାଏଲର ପୁରା ଡାଟା ଜୁଲାଇ ସୁଦ୍ଧା ସାର୍ବଜନିକ କରାଯିବ ବୋଲି କହିଛି ଭାରତ ବାୟୋଟେକ ।
ଭାରତ ବାୟୋଟେକ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଥରେ ପୁରା ଡାଟା ସାମ୍ନାକୁ ଆସିଗଲେ ସେବେ କମ୍ପାନୀ ସମ୍ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ । ଭାରତ ବାୟୋଟେକ କହିଛି ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ତୃତୀୟ ପର୍ଯ୍ୟାୟ ଡାଟାକୁ ସର୍ବପ୍ରଥମେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପାଖକୁ ପଠାଯିବ ।